୧୩୦୬ ଗୋଡ ଯୁକ୍ତ ମିଲିପେଡିସ୍‌

୧୩୦୬ ଗୋଡ ଯୁକ୍ତ ମିଲିପେଡିସ୍‌

୧୩୦୬ ଗୋଡ ଯୁକ୍ତ ମିଲିପେଡିସ୍‌

୧୩୦୬ ଗୋଡ ଯୁକ୍ତ ମିଲିପେଡିସ୍‌
image credit-amarujala.com

ମେଟ୍ରୋ ଟିଭି ବ୍ୟୁରୋ,୨୩/୧୨: ଦୁନିଆ ବିଚିତ୍ର । ଏହି ବିଚିତ୍ର ଦୁନିଆରେ ଅନେକ ଜୀବ ରହିଛନ୍ତି । ଏବେ ଏପରି ଏକ ପ୍ରାଣୀ ମିଳିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ଜୀବଟିର ୧୩୦୬ ଟି ଗୋଡ ଅଛି ଏବଂ ଏହା ଭୂମି ଭିତରେ ବହୁତ ଗଭୀରରେ ବାସ କରେ । ଅଷ୍ଟ୍ରେଲିଆ ବୈଜ୍ଞାନିକ ମାନେ ଦୁନିଆର ପ୍ରଥମ ମିଲିପେଡିସ୍ ଆବିଷ୍କାର କରିଛନ୍ତି, ଯାହା ଅତ୍ୟନ୍ତ ବିରଳ ଅଟେ । ବର୍ତ୍ତମାନ ପର‌୍ୟ୍ୟନ୍ତ, ଏହି ପୃଥିବୀରେ ୭୫୦ ରୁ ଅଧିକ ଗୋଡ ବିଶିଷ୍ଟ ଏକ ଜୀବ ଦେଖିବାକୁ ମିଳିଥିଲା । କିନ୍ତୁ ୧୩୦୬ ଟି ଗୋଡ ଥିବା ପ୍ରାଣୀ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।
ଏହି ଜୀବ ଦୁନିଆର ପ୍ରଥମ ଏଭଳି ଏକ ମିଲିପେଡିସ୍ ବୋଲି କୁହାଯାଉଛି ଯାହାର ଏକ ହଜାରରୁ ଅଧିକ ଗୋଡ଼ ରହିଛି ଏହା ଦ୍ୱାରା ସେ ଚାଲି ମଧ୍ୟ ପାରୁଛି । ମିଲିପିଡ ଶବ୍ଦ ହିଁ ହଜାର ଗୋଡ଼କୁ ବୁଝାଏ । ଏମିତିରେ ଏହି ନୂଆ ଜୀବକୁ ମିଲିପିଡ କହିବା ଯୁକ୍ତି ଯୁକ୍ତ ବୋଲି କୁହାଯାଇପାରିବ । ବର୍ଜିନିଆର ଟେକ ୟୁନିଭର୍ସିଟି ଆଣ୍ଟୋମୋଲଜିଷ୍ଟ ପଲ ମାରେକଙ୍କ କହିବା ଅନୁଯାୟୀ ଆଜି ପର‌୍ୟ୍ୟନ୍ତ ହଜାରେ ଗୋଡ଼ ଥିବା ମିଲିପଡ ଖୋଜାଯାଇନଥିଲା । ୧୦୦ ଗୋଡ଼ ଥିବା ମିଲିପିଡ ଅଧିକ ମିଳୁଥିଲେ ଯାହାକୁ ସେଣ୍ଟିପେଡ କୁହାଯାଏ । ଇଲାକ୍ମେ ପ୍ଲେନିସ୍ ନାମକ ମିଲିପିଡ ନାମରେ ସବୁଠୁ ଅଧିକ ୭୫୦ ଗୋଡ଼ ଥିବା ରେକର୍ଡ କରାଯାଇଥିଲା । ୧୩୦୬ ଗୋଡ଼ ଥିବା ମିଲିପିଡର ପ୍ରଜାତିର ନାମ ୟୁମିଲିପ୍ସ ପର୍ସେଫୋନ ଅଟେ । ଏହା ଭୁପୃଷ୍ଠରୁ ୨୦୦ ଫୁଟ୍ ତଳେ ରହିଥାନ୍ତି ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ ମିଳିଥବା ମିଲିପିଡର ବୟସ ୫-୧୦ ବର୍ଷ ହୋଇଥାଏପାରେ ।ଏହି ଜୀବଟି ଅଷ୍ଟ୍ରେଲିଆର ଖଣିଜ ସମ୍ପଦ ଅଞ୍ଚଳରେ ଦେଖିବାକୁ ମିଳିଛି। ମହିଳା ମିଲିପେଡ୍ସର ୧୩୦୬ ଗୋଡ ଏବଂ ପୁରୁଷମା ମିଲିପେଡ୍ସ ୯୯୮ ଗୋଡ ଅଛି । ।
ଏହି ଜୀବର ରଙ୍ଗ ହାଲୁକା ହଳଦିଆ ହୋଇଥାଏ । ଏହାର ଆଖି ନାହିଁ । ଏହା ଏକ ସୂତା ଭଳି ଦେଖିବାକୁ । । ଏହି ଜୀବ ଫଙ୍ଗସ୍ ଖାଇ ଜୀବିତ ରହିଥାଏ । ଏହି ପ୍ରଜାତି ଅଧିକ ବର୍ଷ ବଞ୍ଚୁଥିବା ନେଇ ଆଶା କରାଯାଉଛି

Leave a Reply

%d bloggers like this: