ମିଳିଲା ଡାଇନୋସରର ଅଣ୍ଡା

ମିଳିଲା ଡାଇନୋସରର ଅଣ୍ଡା

ମିଳିଲା ଡାଇନୋସରର ଅଣ୍ଡା

ମିଳିଲା ଡାଇନୋସରର ଅଣ୍ଡା
ମେଟ୍ରୋ ଟିଭି ବ୍ୟୁରୋ, ୨୩/୧୨: ଦୁନିଆର ସବୁଠୁ ଭୟଙ୍କର ପ୍ରାଣୀ ଥିବା ଡାଇନୋସରର ଅଣ୍ଡା ମିଳିଛି । ୭ କୋଟି ବର୍ଷ ପୁରୁଣା ଡାଇନୋସରର ଅଣ୍ଡା ମିଳିଛିି । ଦକ୍ଷିଣ ଚୀନରୁ ମିଳିଛି ଏହି ପୂରାତନ ଡାଇନୋସର ଅଣ୍ଡା। ଅଣ୍ଡା ମଧ୍ୟରେ ସଂରକ୍ଷିତ ହୋଇ ରହିଥିଲା ଏହି ଭ୍ରୁଣ। ଏତେ ପୂରାତନ ଡାଇନୋସର ଅଣ୍ଡା ମିଳିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।
ଏହି ବେବି ଡାଇନୋସରର ନାଁ ଦିଆଯାଇଛି ‘ବେବି ୟାଙ୍ଗଲିୟାଙ୍ଗ’। ଡାଇନୋସର ଛୁଆଟି ତା’ର ସେଲ୍ରୁ ବାହାରିବାର ସମୟ ହୋଇ ଯାଇଥିଲା। ଏକ ଷ୍ଟୋନ ମାଇନିଂ କମ୍ପାନୀ ୨୦୦୦ ମସିହାରେ ଏହି ଅଣ୍ଡାର ଜୀବାଂଶକୁ ଆବିଷ୍କାର କରିଥିଲା। ମାତ୍ର ସେତେବେଳେ ଏହି ବିଷୟରେ କେହି ଜାଣି ପାରି ନ ଥିଲେ। ମାତ୍ର ଅଣ୍ଡାରେ ଫାଟ ସୃଷ୍ଟି ହେବା ପରେ ସେଥିରେ କିଛି ହାଡ଼ ଦେଖା ଯାଇଥିଲା। ଏହାପରେ ବୈଜ୍ଞାନିକମାନେ ଏ ନେଇ ରିସର୍ଚ୍ଚ ଆରମ୍ଭ କରିଥିଲେ।

Leave a Reply

%d bloggers like this: