ଭିନ୍ନ ରଙ୍ଗର କଳା ଇଡ୍‌ଲି

ଭିନ୍ନ ରଙ୍ଗର କଳା ଇଡ୍‌ଲି

ଭିନ୍ନ ରଙ୍ଗର କଳା ଇଡ୍‌ଲି

ଭିନ୍ନ ରଙ୍ଗର କଳା ଇଡ୍‌ଲି
ମେଟ୍ରୋ ଟିଭି ବ୍ୟୁରୋ,୨୩/୧୨:ଖାଇବାରେ ଲୋକ ମାନେଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ ।ଲୋକ ମାନଙ୍କ ସ୍ୱାଦ ଓ ରଙ୍ଗକୁ ଅଖିରେ ରଖି ଦୋକନୀ ମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀର ପରିବର୍ତ୍ତନ ଆଣୁଛନ୍ତି । ମଟ୍‌କା ଚାହା , ଫାୟାର ପାନ, ଫାୟାର ଗୁପଚୁପ ପରି ଏବେ ଆସିଛି କଳା ଇଡ୍‌ଲି ।ସାଧାରଣତଃ ଆମେ ଖାଉଥିବା ଇଡଲିର ରଙ୍ଗ ଧଳା ହୋଇଥାଏ । କିନ୍ତୁ ସୋସିଆଲ ମିଡିଆରେ ଏବଏ କଳା ରଙ୍ଗର ଇଡଲିର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି କଳା ରଙ୍ଗର ପିଠଉକୁ ଛାଞ୍ଚରେ ରଖିଛନ୍ତି । ଇଡଲି ହୋଇଯିବା ପରେ ସେ ଏହାକୁ ନଡିଆ ଚଟଣି ସହ ଏହାକୁ ପରଷୁଛନ୍ତି ।ଏହି ଇଡଲିକୁ ଗର୍ଭବତୀ ମହିଳା ମାନେ ଖାଇପାରିବେ ନାହି । ନାଗପୁରର ଅଲ୍ ଏବାଉଟ୍ ଇଡ୍‌ଲ ନାମକ ଦୋକାନରେ ଏହି ଇଡଲି ମିଳୁଛି । ନାଗପୁରର କୁମାର ଏସ୍ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ଏହି ଇଡଲି ପ୍ରସ୍ତୁତ କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଇଡଲି ସ୍ୱାସ୍ଥ୍ୟ ପ୍ରତି ହିତକାରକ ଓ ତାଙ୍କ ଦୋକାନରେ ପ୍ରାୟ ୪୦ ପ୍ରକାରର ଇଡଲି ପ୍ରସ୍ତୁତ ହୁଏ ବୋଲି ସେ କହିଛନ୍ତି । ଇଡଲିର ମୂଲ୍ୟ ୫୦ ରୁ ୧୫୦ଟଙ୍କା ହୋଇଥିବା ବେଳେ ଏହା କମଳା ଚେପା, ବିଟ୍ ରସ,ବିଟ୍ ଚେପାକୁ ବ୍ୟବହାର କରି ପ୍ରସ୍ତୁତ କରାଯାଏ ।

Leave a Reply

%d bloggers like this: