ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ପୁଷ୍ପା

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ପୁଷ୍ପା

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ପୁଷ୍ପା

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ପୁଷ୍ପା

ମେଟ୍ରୋ ଟିଭି ବ୍ୟୁରୋ,୨୩/୧୨: ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସାଉଥ ଫିଲ୍ମ ପୁଷ୍ପା ଏବେ ଦର୍ଶକଙ୍କ ହୁଦୟରେ ରାଜ କରୁଛି । ବକ୍‌ସ ଅଫିସରେ ଧମକା କରୁଛି ଫିଲ୍ମ ପୁଷ୍ପା । ଏହି ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି । ଆଗରୁ ବକ୍ସ ଅଫିସରେ ଧମାଲ କରିଥିବା କେଜିଏଫ୍ ଠରୁ ମଧ୍ୟ ଭଲ ଆୟ କରିବ ବୋଲି ଆଶା ରଖାଯାଇଛି । କେଜିଏଫର ରେର୍କଡ ଭାଙ୍ଗିପାରେ ବୋଲି ଫ୍ୟାନ ମାନେ ଅନୁମାନ କରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଓ ପ୍ରଚାର ଯୋଗୁ ଏହି ଫିଲ୍ମ ଦର୍ଶକଙ୍କ ମନ କିଣି ନେଇଛି ।
ସୂଚନା ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ୨୦.୧୪ କୋଟିର ଆୟ କରିସାରିଲାଣି । ଯାହାକି ‘କେଜିଏଫ’ ଏହାର ସଂପୂର୍ଣ୍ଣ ଆୟ ମଧ୍ୟରେ ୪୪.୦୯ କୋଟି ରହିଥିଲା । ଫିଲ୍ମଟି ରିଲିଜ ହେବାର ସପ୍ତାହ ମଧ୍ୟରେ ୧୭୩ କୋଟି ଆୟ କଲାଣି। ଖୁବଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ତେବେ ଆଗାମୀ ଦିନରେ ଏହା ‘କେଜିଏଫ’କୁ ସଂପୂର୍ଣ୍ଣ କଲେକ୍ସନରେ ପଛରେ ପକାଇବା ନେଇ ଆଶା କରାଯାଉଛି । ଫିଲ୍ମର ଗୀତ ଠାରୁ ଆରମ୍ଭ କରି କାହାଣୀ ଯାଏ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି।
ଫିଲ୍ମରେ ଅଲ୍ଲୁଙ୍କ ବ୍ୟତୀତ ଅନେକ ଲୋକପ୍ରିୟ ସାଉଥ ଷ୍ଟାର କାମ କରିଛନ୍ତି। ସେମାନଙ୍କ ଭିତରେ ରଶ୍ମିକା ମନ୍ଦାନାଙ୍କ ଠାରୁ ଆରମ୍ଭ କରି ସାମନ୍ଥା ରୁଥ ପ୍ରଭୁ ମଧ୍ୟ ରହିଛନ୍ତି। ଏହି ଫିଲ୍ମରେ ସାମନ୍ଥା ଆଇଟମ ଡ୍ୟାନ୍ସ କରିଥିଲେ। ଏହି ଫିଲ୍ମ ତାମିଲ, ମଲୟାଲମ ଏବଂ କନ୍ନଡ ଭାଷା ସହିତ ହିନ୍ଦୀରେ ରିଲିଜ ହେବ। ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ୫୦ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଏହି ଫିଲ୍ମରେ ସାମନ୍ଥା କେବଳ ଆଇଟମ ଡ୍ୟାନ୍ସ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୧.୫ କୋଟି ଟଙ୍କା ଦିଆଯାଇଛି।

Leave a Reply

%d bloggers like this: