କାନ୍ଥ କହୁଛି କାହାଣୀ ଓଡିଶାର

କାନ୍ଥ କହୁଛି କାହାଣୀ ଓଡିଶାର

କାନ୍ଥ କହୁଛି କାହାଣୀ ଓଡିଶାର

କାନ୍ଥ କହୁଛି କାହାଣୀ ଓଡିଶାର
ମେଟ୍ରୋ ଟିଭି ବ୍ୟୁରୋ,୨୩/୧୨: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ସୋଭା ପାଉଛି ବିଭିନ୍ନ ରଙ୍ଗର କଳାକୃତି । ଓଡିଶାର ଐତିହ , କଳା, ସଂସ୍କୃତି, ଓ ପର୍ଯ୍ୟଟନସ୍ଥଳୀର ଚିତ୍ର । କେଉଠି ଅଭୟାରଣ୍ୟ ତ ଆଉ କେଉଠି ବାଘ, ପକ୍ଷୀ ତ ଆଉ କେଉଠି ଉଦୟଗିରି ଗୁମ୍ଫା ବିଷୟରେ ।
ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଲୋକଲୋଚନକୁ ଆଣିବାକୁ ସରକାରଙ୍କର ଏହା ନିଆରା ପ୍ରୟାସ । ରାଜରାସ୍ତାର କାନ୍ଥରେ ପର୍ଯ୍ୟଟନ କ୍ଷେତ୍ର ସହିତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତଙ୍କ ଚିତ୍ର ସହ ପାରମ୍ପାରିକ ଲୋକକଳା.ନୃତ୍ୟ, ସାଜସଜା, ରହଣିସହଣି ଆଦି ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ହକି ବିଶ୍ୱକପ ପରେ ଏହି ସବୁ ଚିତ୍ର ଫିକା ପଡି ଯାଇଥିବା ବେଳେ ଏବେ ଏହାକୁ ପୁନଃ ରଙ୍ଗ ଦିଆ ଯାଉଛି ।
ପାଲା, ଧନୁଯାତ୍ରା, ରଜପର୍ବ, ଖଣ୍ଡଗିରି ମେଳା ଆଦି କାନ୍ଥରେ ସଜା ଯାଇଛି । କରୋନା ସଚେତନତାର ବର୍ତ୍ତା ମଧ୍ୟ କାନ୍ଥରେ ସ୍ଥାନ ପାଇଛି ।ଚିତ୍ରଶିଳ୍ପୀ ରୋଜଗାର କ୍ଷମ ହେବା ସହ ରାଜରାସ୍ତା ସୁନ୍ଦର ଓ ସମସ୍ତେ ସଚେତନ ମଧ୍ୟ ହେଉଛନ୍ତି ।

Leave a Reply

%d bloggers like this: