ହଲିଉଡରେ ଡେବ୍ୟୁ କରିବେ ଶେହନାଜ,
ସେୟାର କଲେ ପୋଷ୍ଟର

ହଲିଉଡରେ ଡେବ୍ୟୁ କରିବେ ଶେହନାଜ, ସେୟାର କଲେ ପୋଷ୍ଟର


ମେଟ୍ରୋ ଟିଭି ବ୍ୟୁରୋ,୨୨/୧୨: ବିଗ୍ ବସ୍ ୧୩ ଫେମ୍ ଶେହେନାଜ ଗିଲ୍ ନିଜର କ୍ୟୁଟ ଅନ୍ଦାଜରେ ସମସ୍ତଙ୍କ ମନଜିଣିଥିଲେ । ସିଦ୍ଧାର୍ଥ ଏବଂ ତାଙ୍କ ବଣ୍ଡକୁ ଲୋକେ ବେଶ୍ ପସନ୍ଦ କରନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡିଥିଲେ । କିନ୍ତୁ ଏବେ ଧିରେ ଧିରେ ନିଜକୁ ସମ୍ଭାଳୁଛନ୍ତି । ନିକଟରେ ଶେହନାଜ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ହଲିଉଡ ୱେବ୍ ଶୋ ‘ଲୁସିଫର’ର ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ ଶେହନାଜଙ୍କ ସହିତ ଲିଡ୍ ଆକ୍ଟର ଟମ୍ ଏଲିସ ପ୍ରମୁଖ ଭୂମିକାରେ ନଜର ଆସିବେ । ଶେହନାଜଙ୍କ ପୋଷ୍ଟ ଦେଖି ଲାଗୁଛି, ଯେପରିକି ନେଟଫ୍ଲିକ୍ସରେ ଖୁବଶୀଘ୍ର ଡେବ୍ୟୁ କରିପାରନ୍ତି । ଶେହନାଜଙ୍କ ପୋଷ୍ଟ ଦେଖି ଦର୍ଶକ ବେଶ୍ ଉତ୍ସାହିତ ରହିଛନ୍ତି ।
ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ଶେହନାଜ ଗିଲ୍ କ୍ୟାପସନ ଦେଇଛନ୍ତି ‘ଅସଲି ବିଗ୍‌ବସ୍ ତ ଏଠାରେ’। ପୋଷ୍ଟରେ ଶେହନାଜଙ୍କ କ୍ୟାପସନ ଦେଖି ଫ୍ୟାନ୍ସ ବହୁତ ଖୁସି ଅଛନ୍ତି । ଶେହନାଜ ଏବେ ନିଜର ନର୍ମାଲ ଲାଇଫ ବଞ୍ଚୁଛନ୍ତି ବୋଲି ଫ୍ୟାନ୍ସ ବେଶ୍ ଉତ୍ସାହିତ ରହିଛନ୍ତି । ଦୀର୍ଘଦିନ ପରେ ଶେହନାଜଙ୍କ ପୋଷ୍ଟ ଦେଖି ମଧ୍ୟ ଫ୍ୟାନ୍ସ ଆହୁରି ଅଧିକ ଖୁସି ।
ସୂଚନାଯୋଗ୍ୟ, ସିଦ୍ଧାର୍ଥ ଶୁକ୍ଲାଙ୍କ ହାର୍ଟ ଆଟାକ ଯୋଗୁଁ ୨ ସେପ୍ଟେମ୍ବରରେ ତାଙ୍କର ଜୀବନ ଚାଲିଯାଇଥିଲା । ମାତ୍ର ୪୦ ବର୍ଷ ବୟସରେ କାର୍ଡିଆକ୍ ଅରେଷ୍ଟ ହେବା ଯୋଗୁଁ ତାଙ୍କର ନିଧନ ହୋଇଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଶେହନାଜ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ । ଫ୍ୟାନ୍ସ ତାଙ୍କ ଦୁଃଖ ଏବଂ କଷ୍ଟକୁ ଦେଖି ସହି ପାରୁନଥିଲେ । କିନ୍ତୁ କିଛି ଦିନ ପରେ ଶେହନାଜଙ୍କ ଖୁସି ଦେଖି ଫ୍ୟାନ୍ସ ଆଶ୍ୱସ୍ତି ପାଇଛନ୍ତି । ଶେହନାଜ ନିକଟରେ ଦିଲଜିତ ଦୋସାଞ୍ଜଙ୍କ ସହିତ ‘ହୋସଲା ରଖ’ରେ ନଜର ଆସିଥିଲେ ।

Leave a Reply

%d bloggers like this: