୫୮ବର୍ଷରେ ପାଦ ରଖିଲେ ଗୋବିନ୍ଦା

୫୮ବର୍ଷରେ ପାଦ ରଖିଲେ ଗୋବିନ୍ଦା


ମେଟ୍ରୋ ଟିଭି ବ୍ୟୁରୋ , ୨୧/୧୨; ଆଜି ଗୋବିନ୍ଦା ୫୮ ବର୍ଷରେ ପାଦ ଦେଇଛନ୍ତି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । ଗୋବିନ୍ଦା ଫିଲ୍ମରୁ ଦୂରେଇଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ରହିଛି । ଷରକ୍ସକ୍ଟ ଦ୍ଭକ୍ଟ-୧ ଗୋବିନ୍ଦା ୯୦ ଦଶକରେ ସେ ଏପରି ଅନେକ କମେଡି ଫିଲ୍ମ କରିଥିଲେ ଯାହାକି ତାଙ୍କ ପ୍ରଶଂସକଙ୍କୁ ହସାଇଥାଏ । ଫିଲ୍ମ ‘କୁଲି ନଂ ୧’,‘ହଦ୍ କର ଦି ଆପ୍ ନେ’ ହେଉ, ଏପରି ଅନେକ ଦୃଶ୍ୟ ଅଛି ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ହସିଥିବେ। ୮୦ ଏବଂ ୯୦ ଦଶକରେ ସେ ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହେଉଥିଲା । ଗୋବିନ୍ଦା ୨୧ ଡିସେମ୍ବର ୧୯୬୩ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଗୋବିନ୍ଦା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ୧୬୫ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ।
ଗୋବିନ୍ଦା ବାଣିଜ୍ୟରେ ସ୍ନାତକ ଏବଂ ଅଭିନେତା ହେବା ପୂର୍ବରୁ ଅନେକ ସ୍ଥାନରେ ଚାକିରି ଖୋଜୁଥିଲେ । ‘ତନ ବଦନ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ କେବେ ବି ପଛକୁ ଫେରିନଥିଲେ ।

Leave a Reply

%d bloggers like this: