ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ, ହତ୍ୟା ନା ଆତ୍ମହତ୍ୟା ?

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ, ହତ୍ୟା ନା ଆତ୍ମହତ୍ୟା ?


ମେଟ୍ରୋ ଟିଭି ବ୍ୟୁରୋ,୨୧/୧୨: ଇଡଲି ପ୍ରାଇଡ୍, ଏବଂ କନଭେନିଏନ୍ସ ଷ୍ଟୋର ବଏଫ୍ରେଣ୍ଡ୍ସରେ ଭଏସ୍ ଓଭର ପାଇଁ ଜଣାଶୁଣା ଜାପାନୀ ଅଭିନେତ୍ରୀ ସାୟାକା କାଣ୍ଡାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା । ହୋଟେଲର ୨୨ ତମ ମହଲାରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପୋଲିସ ଏହାକୁ ଆତ୍ମହତ୍ୟା କିମ୍ବା ଷଡଯନ୍ତ୍ର ବୋଲି କହୁଛି ।
ଖବର ଅନୁଯାୟୀ, ସାୟାକା ହୋଟେଲ ବାହାରେ ଚେତାଶୂନ୍ୟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ କୋଠରୀ ୨୨ ତମ ମହଲାରେ ଥିଲା ଏବଂ ସେ ସେଠାରୁ ତଳେ ପଡ଼ିଯାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ବର୍ତ୍ତମାନ ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହୁଛି କିନ୍ତୁ ସାୟାକାଙ୍କ ସାଙ୍ଗମାନେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିପାରିବେ ନାହିଁ ।

Leave a Reply

%d bloggers like this: