ଜାଡରେ ଥରୁଛି ଓଡିଶା , ଦାରିଙ୍ଗବାଡିରେ ତୁଷାରପାତ

ଜାଡରେ ଥରୁଛି ଓଡିଶା , ଦାରିଙ୍ଗବାଡିରେ ତୁଷାରପାତ


ମେଟ୍ରୋ ଟିଭି ବ୍ୟୁରୋ,୨୧/୧୨; ଅସହ୍ୟ ଶୀତରେ ଥରୁଛି ପୁରା ଓଡିଶା । ହାଡଭଙ୍ଗା ଶୀତ ସାଙ୍ଗକୁ କୋହଲା ପବନର ମାଡ ସମସ୍ତଙ୍କୁ ନାକେଦମ୍ କଲାଣି । ଦାରିଙ୍ଗବାଡିରେ ଚଳିତ ବର୍ଷ ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗିବାଡିରେ ୩.୫ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । ଏପଟେ ଫୁଲବାଣୀରେ ୬.୫ ରେକର୍ଡ କରାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୁଆଁଇ ବସୁଥିବା ଦେଖିବାକୁ ମିଳୁଛି।
ଏପଟେ ବଣାଇ ଉପଖଣ୍ଡ କୋଇଡାର ବିଭିନ୍ନ ଅଞ୍ଚଳରେ ତୁଷାରପାତ । ୪ ଡିଗ୍ରୀ ତଳକୁ ଖସିଯାଇଛି ପାରଦ । ବାଇକ, କାର, ଘାସ ସହିତ ଘର ଛାତରେ ତୁଷାର ପାତ ହାଇଥିବା ଦେଖିବାକୁ ମିଳିଛି । ୪ ଜିଲ୍ଲ ରେ ଭୀଷଣ ଶୀତ ଲହରୀ ଓ ୧୭ ଜିଲ୍ଲାରେ ଶୀତ ଲହରୀ ହେବ ବୋଲି ସତର୍କତା ଜାରି କରାଯାଇଛି । ଲୋକେ ଶୀତ ବସ୍ତ୍ର ପିନ୍ଧି ଥଣ୍ଡାରେ ଚାର ମଜା ନେଉଛନ୍ତି । ଚା ଦୋକାନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।

Leave a Reply

%d bloggers like this: