ଜନ୍ମଦିନରେ ଟପ୍‌ଲେସ୍ ଫଟୋ ସୁଟ୍ କଲେ ଗାୟିକା,
ଭାଇରାଲ ହେଉଛି ଫଟୋ

ଜନ୍ମଦିନରେ ଟପ୍‌ଲେସ୍ ଫଟୋ ସୁଟ୍ କଲେ ଗାୟିକା, ଭାଇରାଲ ହେଉଛି ଫଟୋ


ମେଟ୍ରୋ ଟିଭି ବ୍ୟୁରୋ,୨୧/୧୨: ଅନେକ ଲୋକ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ଭିନ୍ନ ଶୈଳୀ ବେଳେବେଳେ ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ । ଏପରି କିଛି କରିଛନ୍ତି ଜଣେ ଗାୟିକା । ଯିଏକି ତାଙ୍କର ୪୧ ତମ ଜନ୍ମଦିନରେ ଟପଲେସ୍ ହୋଇ ଫଟୋ ସୁଟ କରିଛନ୍ତି । ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ଖ୍ରୀଷ୍ଟିନା ଅଗୁଏଲା ନିକଟରେ ତାଙ୍କର ୪୧ ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ପାଳନ କରିବା ପରେ ସେ ସୋସିଆଲ ମିଡିଆରେ ଏପରି ଫଟୋ ସେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜନ୍ମଦିନ ପରେ ସେ ତାଙ୍କର ଟପଲେସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଖ୍ରୀଷ୍ଟିନାଙ୍କ ବୋଲ୍ଡନେସର କୌଣସି ଉତ୍ତର ନାହିଁ । ଏହି ଫଟୋଗୁଡିକୁ ଇନଷ୍ଟାଗ୍ରାମରେ ସେୟାର କରି କ୍ରିଷ୍ଟିନା ପ୍ରଶଂସକଙ୍କୁ ଚକିତ କରିଛନ୍ତି । କ୍ରିଷ୍ଟିନା ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି ‘XTINA XLI’ । ଏହା ତାଙ୍କର ନିକନେମ୍ ।

Leave a Reply

%d bloggers like this: