ଓଡିଶାରେ ୨ ଓମିକ୍ରନ ପଜିଟିଭ

ଓଡିଶାରେ ୨ ଓମିକ୍ରନ ପଜିଟିଭ


ମେଟ୍ରୋ ଟିଭି ବ୍ୟୁରୋ, ୨୧/୧୨ : ଓଡ଼ିଶାରେ ପଶିଲା ଓମିକ୍ରନ୍। ପ୍ରଥମ ଥର ପାଇଁ ଓଡ଼ିଶାରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଉଭୟ ବିଦେଶ ଫେରନ୍ତା। ଜଣେ ନାଇଜେରିଆରୁ ଓ ଜଣେ କତାରରୁ ଫେରିଥିବା ଜଣାପଡିଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି। ଜଣେ ଖୋର୍ଦ୍ଧା ଓ ଅନ୍ୟ ଜଣେ କଟକର ହୋଇଥିବା ସୂଚନା ମିଳିଛି ।ଜଣଙ୍କ ବୟସ ୪୩ ଓ ଅନ୍ୟ ଜଣଙ୍କ ବୟସ ୪୧ ବର୍ଷ ।
ମୋଟ ଦେଶରେ ୨୦୦ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇସାରିଲେଣି । ୧୨ ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ ଭୂତାଣୁ । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି ।

Leave a Reply

%d bloggers like this: