ମ୍ୟାରେଜ ପାର୍ଟିରେ ସଲମାନଙ୍କ ଜଲୱା, ଶିଲ୍ପାଙ୍କ ସହ ଲଗାଇଲେ ଠୁମ୍‌କା

ମ୍ୟାରେଜ ପାର୍ଟିରେ ସଲମାନଙ୍କ ଜଲୱା, ଶିଲ୍ପାଙ୍କ ସହ ଲଗାଇଲେ ଠୁମ୍‌କା


ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟଙ୍କ ବିବାହ ଆଜିକାଲି ଚର୍ଚ୍ଚାରେ ରହିଛି । ଏହି ହାଇ ପ୍ରୋଫାଇଲ ବିବାହରେ ସଲମାନ ଖାନ, ଅନିଲ କପୁର, କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଅନେକ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ଏହି ସମୟରେ ଭାଇ ଜାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଭିଡିଓରେ ସଲମାନ ଖାନ ତାଙ୍କ ଗୀତ ‘ଜୁମ୍ମେ କି ରାତ’ରେ ଡ୍ୟାନ୍ସ କରୁଥିବା ଦେଖାଯାଉଛି । ଏହି ସମୟରେ ଶିଳ୍ପା ଶେଟ୍ଟୀ ଏବଂ ଅନିଲ କପୁର ମଧ୍ୟ ତାଙ୍କ ସହ ତାଳ ମିଳାଇଛନ୍ତି । ଭିଡିଓରେ, ସଲମାନ ସମସ୍ତଙ୍କୁ ଷ୍ଟେପ୍ ଶିଖାଉଥିବାର ନଜର ଆସିଛନ୍ତି ଏବଂ ବହୁତ ମଜା କରୁଛନ୍ତି । ବିବାହରେ ଉପସ୍ଥିତ ଅତିଥିମାନେ ତାଙ୍କୁ ନାଚୁଥିବାର ଦେଖି ଆନନ୍ଦରେ ସଲମାନ-ସଲମାନ ଚିଲାଇଛନ୍ତି । ଏଥି ସହିତ, ଗାୟକ ଗୁରୁ ରାନ୍ଧୱା ହାଏ ନି ତେରା ନଖରା ଗୀତ ଗାଇ ସମସ୍ତଙ୍କୁ ନଚେଇଛନ୍ତି ।
ସେହିପରି ମହେନ୍ଦ୍ର ସିଂ ଧୋନି ଏବଂ ସାକ୍ସି ଧୋନି ମଧ୍ୟ ଏହି ସମୟରେ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି । ସାକ୍ସି ପ୍ରଫୁଲ୍ଲ ପଟେଲଙ୍କ ଝିଅ ପୁର୍ଣ୍ଣା ପଟେଲଙ୍କର ବିଶେଷ ବନ୍ଧୁ । ଉଭୟ ପ୍ରାୟତଃ ଆଇପିଏଲ୍ ସମୟରେ ଏକାଠି ଦେଖାଯାଆନ୍ତି ।

Leave a Reply

%d bloggers like this: