ଭୂତ ରେଷ୍ଟୁରାଣ୍ଟ

ଭୂତ ରେଷ୍ଟୁରାଣ୍ଟ


ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨; ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇ ଅନେକ ଅଜବ ପ୍ରକାରର ରେଷ୍ଟୁରାଣ୍ଟ ବିଷତରେ ଶୁଣିଥିବେ । ସେଭଳି ଏକ ଅଜବ ଥିମର ରେଷ୍ଟୁରାଣ୍ଟ ଅଛି ସ୍ପେନରେ , ଯାହାର ନାଁ ହେଉଛି ଲା ମାସିଆ ଏଁକାଟଣ୍ଡା ।ସେହି ରେଷ୍ଟୁରାଣ୍ଟକୁ ପ୍ରବେଶ କଲେ ଆପଣ ଡରରେ ଥରିବାକୁ ଲାଗିବେ । କାରଣ ଏହାର ପରିବେଶ ବହୁତ ଭୟଙ୍କର । ପ୍ରବେଶ କରୁ କରୁ ରକ୍ତ ଭିଜା ଛୁରୀ ଧରି ଭୁତ ଆପଣଙ୍କୁ ଗୋଡାଇବ । ରେଷ୍ଟୁରାଣ୍ଟ ଭିତରେ ସତସତିକା ଲାଗୁଥିବା ଅନେକ ପ୍ରକାରର ଶବ ଝୁଲିଥିବା ଦେଖିବାକୁ ପାଇବେ । ଭିତରକୁ ପ୍ରବେଶ କଲେ ଭୁତ ପ୍ରେତ ମାନେ ଆପଣଙ୍କୁ ଖାଦ୍ୟ ପରଷିବେ । ଯଦିଓ ଏସବୁ ସତସତିକା ନୁହେଁ କିନ୍ତୁ ଏସବୁକୁ ଦେଖିଲେ ଡର ନିହାତି ଲାଗିବ ।
ସପ୍ତାଦଶ ଶତାଦ୍ଦୀରେ ଜୋଶେଫ ମା ରିଏସ୍ ଓ ସିରୋକା ମିଶି ଏହି ମାସିୟା ସେଣ୍ଟା ରୋଜା ନାମକ ଘରକୁ ନିର୍ମାଣ କରିଥିଲେ । ପରେ କେହି ଏହାକୁ ବ୍ୟବହାର ନକରିବାରୁ ଏହା ଭୁତ କୋଠରୀ ପାଲଟି ଯାଇଥିଲା । ୨୦ ବର୍ଷ ପରେ ୧୯୭୦ରେ ସୁରଜ ବଂଶଜ ଏହାକୁ ରେଷ୍ଟୁରାଣ୍ଟରେ ପରିଣତ କରିଥିଲେ । ସେହି ପରିବାର ଲୋକ ଏହି ଘରକୁ ଶ୍ରାପିତ ମନେ କରୁଥିବାରୁ ଏହାକୁ ହଣ୍ଟେଡ ରେଷ୍ଟୁରାଣ୍ଟରେ ପରିଣତ କରିଦେଲେ । ଏହି ରେଷ୍ଟୁରାଣ୍ଟରେ ଭୟଙ୍କର ଶୋ ସହ ବିଭିନ୍ନ ମ୍ୟାଜିକାଲ ଟ୍ରାକ୍ ବି ପରିବେଷଣ କରାଯାଏ ।ଏଠାରେ ଗ୍ରାହକଙ୍କୁ ଯଥା ସମ୍ଭବ ଡରାଇବା ପାଇ ପ୍ରୟାସ କରାଯାଏ । ତେଣୁ ଦୁର୍ବଳ ଲୋକ ଏଠାକୁ ନଯିବା ଭଲ ।

Leave a Reply

%d bloggers like this: