ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ଅଭିନେତ୍ରୀ ହମସା,
ବାଲ୍ଡ ଲୁକ୍‌ରେ ସେୟାର କଲେ ଫଟୋ

ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ଅଭିନେତ୍ରୀ ହମସା, ବାଲ୍ଡ ଲୁକ୍‌ରେ ସେୟାର କଲେ ଫଟୋ


ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି ଯେଉଁମାନେ କ୍ୟାନ୍ସର ରୋଗ ସହ ଲଢେଇ କରିଛନ୍ତି । ସୋନାଲି ବେନ୍ଦ୍ରେ, ମନୀଷା କୋଇରାଲା ଏବଂ ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ପରି ଅନେକ ଅଭିନେତ୍ରୀ କ୍ୟାନ୍ସର ସହ ସଂଘର୍ଷ କରିଛନ୍ତି । ବର୍ତ୍ତମାନ ତେଲୁଗୁ ଫିଲ୍ମ ଅଭିନେତ୍ରୀ ହମସା ନନ୍ଦିନୀ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି । ସେ ଏହା ସହିତ ଶକ୍ତିର ସହ ଲଢେଇ କରୁଛନ୍ତି । ସେ କହିଛନ୍ତି ତାଙ୍କୁ ଏହା ସତେବେଳେ ଜଣାପଡିଲା ଯେବେ ତାଙ୍କ ବ୍ରେଷ୍ଟରେ ଗଣ୍ଠି ଭଳି କିଛି ଥିବା ସେ ଜାଣିବାକୁ ପାଇଥିଲେ । ସେ ୯ ଥର କେମୋଥେରାପି ପ୍ରକ୍ରିୟା ଦେଇ ଗତି କରିଛନ୍ତି ଏବଂ ଏହା ଆହୁରି ୭ ଥର ବାକି ଅଛି । ତାଙ୍କ ମାଙ୍କର ମଧ୍ୟ ବ୍ରେଷ୍ଟ କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା । ସେବେଠାରୁ ସେ ବହୁତ ଡରି ଯାଇଥିଲେ।
ହାମସା ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବାଲ୍ଡ ଲୁକ୍ ରେ ନଜର ଆସିଛନ୍ତି । ଏହା ସହିତ, ତାଙ୍କର ଲମ୍ବା ପୋଷ୍ଟରେ, ସେ ଲେଖିଛନ୍ତି, ‘ସେହି ସମୟରେ ମୁଁ ଅନୁଭବ କଲି ଯେ ବର୍ତ୍ତମାନ ମୋ ଜୀବନ ପୂର୍ବ ଭଳି ରହିବ ନାହିଁ । ୧୮ ବର୍ଷ ପୂର୍ବେ ମୁଁ ଏକ ଭୟଙ୍କର ରୋଗରେ ମା’ଙ୍କୁ ହରାଇଥିଲି । ସେବେଠାରୁ ମୁଁ ସେହି ଅନ୍ଧାର ଛାଇରେ ରହୁଥିଲି । ମୁଁ ଡରି ଯାଇଥିଲି । ‘ ଡାକ୍ତରଙ୍କ ନିର୍ଦ୍ଦେଶରେ ମୁଁ ବାୟୋପସି କରିଥିଲେ, ଯାହା ପରେ ମୋର ବ୍ରେଷ୍ଟ କ୍ୟାନ୍ସର ହୋଇଛି ବୋଲି ନିଶ୍ଚିତ କରାଯାଇଥିଲା ।
ହାମସା ଆହୁରି ଲେଖିଛନ୍ତି ‘ଅନେକ ପରୀକ୍ଷା ଏବଂ ସ୍କାନ ପରେ, ମୁଁ ସାହସର ସହିତ ଅପରେସନ୍ ଥିଏଟରକୁ ଯାଇଥିଲି ଯେଉଁଠାରେ ମୋର ଟ୍ୟୁମର ଅପସାରିତ ହୋଇଥିଲା । ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ବିସ୍ତାର ବହୁତ ଅଧିକ ନୁହେଁ ଏବଂ ମୁଁ ଭାଗ୍ୟଶାଳୀ ଏହାକୁ ଶୀଘ୍ର ଧରିଛି । ମୁଁ ସାହାସ ହରାଇ ନାହିଁ ଏବଂ ନିଜକୁ କିଛି ପ୍ରତିଶୃତି ଦେଇଛି । ମୁଁ ଏହି ରୋଗକୁ ମୋ ଜୀବନକୁ ପରିଭାଷିତ କରିବାକୁ ଦେବି ନାହିଁ। ମୁଁ ଲଢିବି ଏବଂ ହସି ହସି ଜିତିବି । ମୁଁ ପରଦାକୁ ଶକ୍ତିଶାଳୀ ଭାବରେ ଫେରି ଆସିବି।’

Leave a Reply

%d bloggers like this: