ବିବାହ ମଣ୍ଡପରୁ କନ୍ୟା ଫେରାର, ଚା ପିଇ ଘର ଲୋକେ ବେହୋସ୍‌

ବିବାହ ମଣ୍ଡପରୁ କନ୍ୟା ଫେରାର, ଚା ପିଇ ଘର ଲୋକେ ବେହୋସ୍‌


ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କନ୍ୟା ବରଯାତ୍ରୀ ଶୋଭାଯାତ୍ରାର କିଛି ଘଣ୍ଟା ପୂର୍ବରୁ ହିଁ ନିଜ ପରିବାର ସଦସ୍ୟଙ୍କୁ ଚକ୍‌ମା ଦେଇ ଫେରାର ହୋଇ ଯାଇଛି । ପ୍ରଥମେ ସେ ପରିବାର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଆଇ ବେହୋସ୍ କରି ଦେଇଥିଲା । ଏହାପରେ ଘରୁ ମୂଲ୍ୟବାନ ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଫେରାର ହୋଇ ଯାଇଥିଲା । ରିପୋର୍ଟ ମୁତାବକ, କନ୍ୟା ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଛି ।
ଏହି ମାମଲା ଫିରୋଜାବାଦର କୌଶଲ୍ୟା ଥାନା ଅଞ୍ଚଳର । କନ୍ୟାର ବଡ଼ ଭଉଣୀ କୁହନ୍ତି, ତାଙ୍କ ସାନ ଭଉଣୀର ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସେ ତାଙ୍କରି ସହିତ ହିଁ ଫେରାର ହୋଇ ଯାଇଛି । କନ୍ୟା ଜଣକ ଖସିଯିବା ପୂର୍ବରୁ ଚା’ରେ କିଛି ନିଶା ଦ୍ରବ୍ୟ ମିଶାଇ ଦେଇଥିଲା । ଯେତେବେଳେ ନିଶା ମିଶ୍ରିତ ଚା’ ପିଇ ପରିବାରର ୬ ଜଣ ସଦସ୍ୟ ବେହୋସ୍ ହୋଇ ଯାଇଥିଲେ, ଏହାର ସୁଯୋଗ ନେଇ କନ୍ୟା ଫେରାର ହୋଇ ଯାଇଥିଲା । ସେପଟେ ବେହୋସ୍ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଇଥିଲେ ।
ପଡୋଶୀମାନେ କହିଛନ୍ତି ଯେ ଯୁବତୀଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଉଥିଲା । ଏଥିରେ ସେ ବିଲ୍‌କୁଲ ରାଜି ନ ଥିଲେ । ତାଙ୍କୁ ତାଙ୍କ ପରିବାର ଲୋକେ ଜୋର୍ ଜବରଦସ୍ତ ବିବାହ କରାଉଥିଲେ । ସେ ଏହି ବିବାହରେ ଖୁସି ନ ଥିଲେ । ପଡ଼ୋଶୀମାନେ ପୋଲିସକୁ କହିଥିଲେ କି, ଶୁକ୍ରବାର ରାତିରେ ଘରେ ଯୁବତୀଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ସଙ୍ଗୀତ କାର୍ଯ୍ୟକ୍ରମ ସରିବା ପରେ ଯେତେବେଳେ ସମସ୍ତ ପଡ଼ୋଶୀ ଚାଲି ଯାଇଥିଲେ, ସେତିକି ବେଳେ ଯୁବତୀ ଜଣକ ପରିବାର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଇବାକୁ ଦେଇଥିଲେ । ଚା’ ପିଇବା ମାତ୍ରେ ସମସ୍ତେ ବେହୋସ୍ ହୋଇ ଯାଇଥିଲେ । ଯେତେବେଳେ ଚେତା ଫେରିଥିଲା, ତ ସେତେବେଳେ ସେମାନେ ନିଜକୁ ହସ୍ପିଟାଲରେ ପାଇଥିଲେ । ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଯୁବତୀଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଛି ।

Leave a Reply

%d bloggers like this: