ଦୁବାଇର ଅଲ୍ଲାଦିନ

ଦୁବାଇର ଅଲ୍ଲାଦିନ


ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨; କାହାଣୀରେ ଆଲ୍ଲାଦିନ ଓ ତାର ଯାଦୁ ଗାଲିଚା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ ।ହେଲେ ଦୁବାଇରେ ଏବେ ସତସତିକା ଆଲ୍ଲାଦିନ ଦେଖିବାକୁ ମିଳୁଛି ।କେବେ ପାଣି ଉପରେ ତ ଆଉ କେବେ ରାସ୍ତାରେ ଏହି ଆଲ୍ଲାଦିନ ଜଣକ ନିଜର ଗାଲିଚାରେ ଉଡୁଥିବାର ଦେଖିବାକୁ ମିଳିଛି ।ଆଲ୍ଲାଦିନ ସାଜିଥିବା ଏହି ମଣିଷର ନାମ ରାଇଜଓରଡାଇ ।ଲୋକଙ୍କୁ ଏହି ରାଇଜଓରଡାଇଙ୍କ କରନାମା ବହୁତ ପସନ୍ଦ ଆସୁଛି ।
ସେ ନିଜ ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ କରିଛନ୍ତ ଯେଉଥିରେ ସେ ଧଳା ରଙ୍ଗର ଆଲ୍ଲାଦିନ ପୋଷାକ ପିନ୍ଧି ଓ ସୁନେଲୀ ପଗଡି ପିନ୍ଧି ଏକ ଗାଲିଚା ଉପରେ ତ ଆଉ କେବେ ପାଣି ଉପରେ ଉଡିଥାନ୍ତି ।ତେବେ ତାଙ୍‌କ ଗାଲିଚାରେ ଉଡିବା ପାଇ ସେ ପିଭିସି ପାଇପର ଫ୍ରେମକୁ ଏକ ଇଲେକ୍ଟ୍ରୋନିକ ଲଙ୍ଗ ବୋର୍ଡରେ ଫିକ୍ସ କରିଛନ୍ତି । ତା ଉପରେ ଗାଲିଚା ବିଛାଇଛନ୍ତି । ଏକ ଅଫ୍ଟକାଲ ଇଲ୍ୟୁଜନ ସୃଷ୍ଟି କରି ସେ ଉକ୍ତ ଗାଲିଚା ତିଆରି କରିଛନ୍ତି । ପାଣି ଉପରେ ଉଡିବଉ ପାଈ ତିଆରି ଗାଲିଚା ତଳେ ସେ ଇ ଫାଇଲ ବୋର୍ଡ ବ୍ୟବହାର କରିଛନ୍ତି ।ଯାହା ସାଧାରଣ ସର୍ଫବୋର୍ଡ ପରିି ହୋଇଥାଏ । ଏହି ସବୁ ଆଧୁନିକ ପ୍ରଣାଳୀ ଆପଣେଇ ସେ ଆଲ୍ଲାଦିନ ସାଜି ଉଡୁଛନ୍ତି ।

Leave a Reply

%d bloggers like this: