ଉର୍ବଶୀଙ୍କ ଫ୍ୟାସନ ଜଲୱା

ଉର୍ବଶୀଙ୍କ ଫ୍ୟାସନ ଜଲୱା


ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ମିସ୍ ୟୁନିଭର୍ସ ୨୦୨୧ ରେ ଜଜ୍ ଭାବରେ ଯୋଗ ଦେଇଥିଲେ । ଏହି ସମୟରେ ସେ ପିନ୍ଧିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ପୋଷାକର ମୂଲ୍ୟ ଏତେ ଥିଲା ଯେ ଯେଉଁଥିରେ ଆପଣ ଆରାମରେ ଏକ ଘର କିଣି ପାରିବେ । ଏହି ଲୁକରେ ଉର୍ବଶୀ ଜଣେ ରାଜକୁମାରୀ ପରି ଦେଖାଯାଉଥିଲେ। ସେ ଏହି ପୋଷାକରେ ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ତାଙ୍କର ଲୁକକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ମିସ୍ ୟୁନିଭର୍ସ ୨୦୨୧ ରେ ଜଜ୍ ଭାବରେ ଯୋଗ ଦେଇଥିବା ଉର୍ବଶୀଙ୍କ ପୋଷାକ ଚର୍ଚ୍ଚାରେ ରହିଥିଲା । ଏହି ସମୟରେ ଅଭିନେତ୍ରୀ ମାଇକେଲ ସିନକୋଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ୪୦ ଲକ୍ଷ ଟଙ୍କାର ଡ୍ରେସ ପିନ୍ଧିଥିଲେ । ତାଙ୍କ ଡ୍ରେସ୍ ବହୁତ ଅଲଗା ଏବଂ ଅନନ୍ୟ ଥିଲା । ଏହି ଲୁକରେ ଅଭିନେତ୍ରୀ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ । ଏହି ଡ୍ରେସ୍ ସହିତ ସେ ଅନନ୍ୟ ମେକଅପ୍ ନେଇଥିଲେ। ସ୍ମୋକି ବ୍ଲାକ୍ ଆଇ ଲୁକ୍, ଗ୍ଲସି ବେସ୍ ଏବଂ ପିଙ୍କ୍ ଗ୍ଲସି ଲିପଷ୍ଟିକରେ ତାଙ୍କ ସୌନ୍ଦର୍ଯ୍ୟରେ ଆହୁରି ଚମକି ଉଠୁଥିଲା ।

Leave a Reply

%d bloggers like this: