୩୭ ତମ ଜନ୍ମଦିନ ପାଳିଲେ ଅଙ୍କିତା,
ଭିକ୍କି ସେୟାର କଲେ ପୋଷ୍ଟ

୩୭ ତମ ଜନ୍ମଦିନ ପାଳିଲେ ଅଙ୍କିତା, ଭିକ୍କି ସେୟାର କଲେ ପୋଷ୍ଟ


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ । ବର୍ତ୍ତମାନ ଦୁହେଁ ତାଙ୍କର ନୂଆ ଦାମ୍ପତ୍ୟ ଜୀବନର ଆରମ୍ଭ କରିଛନ୍ତି । ଦୁହେଁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ହେଲେ ବିବାହ ପରେ ପ୍ରଥମ ଜନ୍ମ ଦିନ ସେ ତାଙ୍କ ଶାଶୁ ଘରେ ପାଳିଛନ୍ତି । ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ବହୁତ ସୁନ୍ଦର ଉପହାର ମିଳିଛି । ଜନ୍ମ ଦିନକୁ ବିଶେଷ ଢଙ୍ଗରେ ପାଳନ କରିଛନ୍ତି । ଏଥିପାଇଁ ତାଙ୍କ ସ୍ୱାମୀ ଭିକି ଜୈନ ମଧ୍ୟ ବିଳମ୍ବିତ ରାତିରେ ତାଙ୍କ ପାଇଁ ଏକ ସର୍‌ପ୍ରାଇଜ୍ ପ୍ଲାନ କରିଥିଲେ ।
ଏହା ବ୍ୟତୀତ ଭିକି ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଙ୍କିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି – ‘ଜନ୍ମଦିନର ଶୁଭେଚ୍ଛା ଶ୍ରୀମତୀ ଜୈନ ।
ଭିକି ଅଙ୍କିତାଙ୍କ ଜନ୍ମ ଦିନକୁ ସ୍ବତନ୍ତ୍ର କରିବା ପାଇଁ ଅଙ୍କିତାଙ୍କ ପରିବାର ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ । ବିଳମ୍ବିତ ରାତିରେ ସମସ୍ତେ ଏକାଠି ଜନ୍ମଦିନ ପାଳନ କରିଥିଲେ । ଯାହା ଦେଖିବା ପରେ ଅଙ୍କିତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ପାଇଁ ବିବାହ ଠାରୁ ଆରମ୍ଭ କରି ଏହି ଜନ୍ମ ଦିନ ଆହୁରି ଖାସ୍ ହୋଇଛି । ଅଙ୍କିତା ଏହାର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନ୍ମଦିନ ପାର୍ଟିର କିଛି ଫଟୋ ଭିଡିଓ ସେୟାର କରିଛନ୍ତି ।

Leave a Reply

%d bloggers like this: