ହାର୍ଡି ସନ୍ଧୁ କରିବେ ବଡିଉଡରେ ଏଣ୍ଟ୍ରି

ହାର୍ଡି ସନ୍ଧୁ କରିବେ ବଡିଉଡରେ ଏଣ୍ଟ୍ରି


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ହାର୍ଡ଼ି ସନ୍ଧୁ ଆଜିକାଲି ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଧମାଲ କରୁଛନ୍ତି । ଲୋକେ ତାଙ୍କ ସ୍ୱରର ଦିୱାନା । ଦେଶକୁ ନିଜ ସ୍ୱରରେ ପାଗଳ କରିଥିବା ହାର୍ଡ଼ି ସନ୍ଧୁ ପୂର୍ବରୁ କ୍ରିକେଟ୍ ଖେଳୁଥିଲେ । ତାଙ୍କ ଜୀବନରେ ଏକ ଦୁର୍ଘଟଣା ତାଙ୍କୁ କ୍ରିକେଟ୍ ଠାରୁ ଦୂରେଇ ନେଇଥିଲା । ଥରେ କ୍ରିକେଟ୍ ଖେଳିବାବେଳେ ହାର୍ଡ଼ି ଗୁରୁତର ଆହତ ହୋଇଥିଲେ । ତେଣୁ ତାଙ୍କୁ କ୍ରିକେଟରୁ ଦୂରେଇବାକୁ ପଡିଥିଲା । ଏହା ପରେ ହାର୍ଡ଼ି ଗୀତ ଗାଇବାରେ ନିଜର କ୍ୟାରିୟର କରିଥିଲେ ।
ହାର୍ଡ଼ି ସନ୍ଧୁ ପଂଜାବୀ ସିନେମାରେ ଅନେକ ସୁପରହିଟ ଗୀତ ଦେଇଛନ୍ତି । ପ୍ରଶଂସକ ତାଙ୍କ ଗୀତ ଓ ସ୍ୱରର ଦିୱାନା । ହାର୍ଡ଼ିଙ୍କ ପ୍ରଥମ ହିଟ ଗୀତ ଥିଲା ଟକିଲା ଶଟ । ଏହି ଗୀତ ତାଙ୍କ କ୍ୟାରିଅରକୁ ଉଚ୍ଚରେ ପହଞ୍ଚାଇଥିଲା । ଏହାପରେ ସେ କେବେ ପଛକୁ ଫେରି ଦେଖି ନାହାନ୍ତି । ହାର୍ଡ଼ି ଏବେ ଯାଏଁ ଅନେକ ମ୍ୟୁଜିକ ଆଲବମ କରି ସାରିଛନ୍ତି । ଇଣ୍ଡଷ୍ଟ୍ରିରେ ସେ ଜଣେ ପ୍ଲେବ୍ୟାକ ସିଙ୍ଗର ଭାବେ ମଧ୍ୟ କାମ କରୁଛନ୍ତି । ସେ ହିନ୍ଦୀ ଫିଲ୍ମ ‘ତୁମ ବିନ ୨’, ‘ଵାଲା’ ଓ ‘ଗୁଡ଼ ନ୍ୟୁଜ’ରେ ମଧ୍ୟ ଗୀତ ଗାଇଛନ୍ତି । ଗୀତ ଗାଇବା ସହ ଅଭିନୟ କ୍ଷେତ୍ରରେ ମଧ୍ୟ ସେ ବହୁତ ଆକ୍ଟିଭ । ସେ ପଂଜାବୀ ଫିଲ୍ମ ୟାରାନା ଦ କ୍ୟାଚ୍ ଅପ୍ ଓ ମେରା ମାହି ଏନଆରଆଇରେ ମଧ୍ୟ ନଜର ଆସିଛନ୍ତି । ସେ ଖୁବ ଶୀଘ୍ର କପିଳ ଦେବଙ୍କ ବାୟୋପିକ ‘୮୩’ରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Leave a Reply

%d bloggers like this: