ହନିମୁନରୁ କ୍ୟାଟ୍ରିନା ସେୟାର କଲେ ମେହେନ୍ଦି ଫଟୋ

ହନିମୁନରୁ କ୍ୟାଟ୍ରିନା ସେୟାର କଲେ ମେହେନ୍ଦି ଫଟୋ


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ବଲିଉଡ୍‌ର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କୈଫ୍ ଓ ଭିକି ଦୁହେଁ ରାଜସ୍ଥାନରୁ ବିବାହ ସାରି ମୁମ୍ବାଇ ଫେରି ଆସିଛନ୍ତି । ବର୍ତ୍ତମାନ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ଗତ କିଛି ଦିନ ହେବ ଦୁହିଁଙ୍କୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଦେଖିବାକୁ ମିଳୁଛି । ବିବାହ ସହ ଜଡିତ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ନିକଟରେ କ୍ୟାଟ୍ରିନା ଏବେ ଏକ ଇନଷ୍ଟଗ୍ରାମରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାଟ୍ରିନା ତାଙ୍କ ହାତର ମେହେନ୍ଦି ଦେଖାଇଛନ୍ତି । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିସହିତ ବଲିଉଡ ଷ୍ଟାରମାନେ ମଧ୍ୟ ତାଙ୍କର ଏହି ଫଟୋରେ ପ୍ରେମ ବ୍ୟକ୍ତ କରିଛନ୍ତି ।
ଫଟୋରେ ଦେଖିବାକୁ ମିଳୁଛି କି କ୍ୟାଟ୍ରିନା ସମୁଦ୍ର କୂଳର ବସିଛନ୍ତି । ସେହି ସମୟରେ କ୍ୟାଟ୍ରିନା ତାଙ୍କ ହାତରେ ଲଗାଯାଇଥିବା ମେହେନ୍ଦୀର ଫଟୋ ସେୟାର କରିଛନ୍ତି । କ୍ୟାଟ୍ରିନା ଫଟୋ ସେୟାର କରିବା ମାତ୍ରେ ଅନେକ ଫ୍ୟାନ୍ସମାନେ ପଚାରିଥିଲେ ଭିକିଙ୍କ ନାମ କେଉଁଠାରେ? ଜଣେ ଉପଭୋକ୍ତା ଲେଖିଛନ୍ତି – ‘ବହୁତ ସୁନ୍ଦର ଏବଂ ଆମେ ଭିକିଙ୍କ ନାମ ଖୋଜୁଛୁ । ଆଉ ଜଣେ ଲେଖିଛନ୍ତି – ମେହେନ୍ଦୀରେ ଭିକିଙ୍କ ନାମ କେଉଁଠାରେ ଅଛି । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଏଥିରେ ଭିକି ନାମ ଦୃଶ୍ୟମାନ ହେଉନାହିଁ।
ଶୁଣିବାକୁ ମିଳୁଛି କି ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହ ପରେ ସିଧା ମାଲଦ୍ୱୀପ ଯାଇଥିଲେ । ହନିମୁନ୍‌ରୁ ଫେରିବା ପରେ ଭିକି ଏବଂ କ୍ୟାଟ୍ରିନା ମୁମ୍ବାଇରେ ସ୍ପଟ୍ ହୋଇଥିଲେ । ସେଠାରେ ଫଟୋଗ୍ରାଫରଙ୍କ ଆଗରେ ଛିଡା ହୋଇ ପୋଜ୍ ଦେଇଥିଲେ । କ୍ୟାଟ୍ରିନା ଖୁବ୍ ଶୀଘ୍ର ସଲମାନ ଖାନଙ୍କ ସହ ‘ଟାଇଗର’ ପାଇଁ ସୁଟିଂ ଆରମ୍ଭ କରିବେ । ଫିଲ୍ମର ପରବର୍ତ୍ତୀ କାର‌୍ୟ୍ୟସୂଚୀ ଦିଲ୍ଲୀରେ ସୁଟିଂ ହେବ ।

Leave a Reply

%d bloggers like this: