ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନାନାବତୀଙ୍କ ପରଲୋକ

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନାନାବତୀଙ୍କ ପରଲୋକ


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଗିରୀଶ ଠାକୋରଲାଲ ନାନାବତୀଙ୍କ ପରଲୋକ । ହୃଦଘାତ ଯୋଗୁଁ ଗୁଜୁରାଟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ । ପରଲୋକ ବେଳକୁ ଜଷ୍ଟିସ ନାନାବାତୀଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଜଷ୍ଟିସ ନାନବାତୀ ନିଜ କ୍ୟାରିୟର ଭିତରେ ୧୯୮୪ ଆଣ୍ଟି ଶିଖ୍ ଦଙ୍ଗା ଏବଂ ୨୦୦୨ ଗୋଧରା ଦଙ୍ଗା ମାମଲାର ଯାଞ୍ଚ କରିଥିଲେ । ଗୋଧରା ଦଙ୍ଗାର ତଦନ୍ତ ପାଇଁ ଗଠିତ କମିଟିର ସେ ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।
୧୯୩୫ ମସିହାରେ ବମ୍ବେ ହାଇକୋର୍ଟରୁ ନିଜର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ ଜଷ୍ଟିସ୍ ଗିରୀଶ ଠାକୋରଲାଲ ନାନାବତୀ । ୧୯୭୯ ଜୁଲାଇ ୧୯ ତାରିଖରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ଏହାପରେ ୧୯୯୩ ଡିସେମ୍ବର ୧୪ରେ ନାନାବତୀଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା । ୧୯୯୪ ଜାନୁୟାରୀ ୩୧ ତାରିଖରେ ସେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ସମାନ ବର୍ଷ ସେପ୍ଟେମ୍ବର ୨୮ରେ ସେ କର୍ଣ୍ଣାଟକ ହାଇକୋର୍ଟରେ ନିଯୁକ୍ତ ହୋଇଥିଲେ । ପରେ ୧୯୯୫ ମସିହାରେ ଜଷ୍ଟିସ ନାନାବତୀ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୦୦ ମସିହା ଫେବୃୟାରୀ ୧୬ ତାରିଖ ଦିନ ଅବସର ଗ୍ରହଣ କରିଥିଲେ ।

Leave a Reply

%d bloggers like this: