ରହସ୍ୟମୟ ରଙ୍ଗମହଲ ମନ୍ଦିର

ରହସ୍ୟମୟ ରଙ୍ଗମହଲ ମନ୍ଦିର


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨; କୃଷ୍ଣ ନଗରୀ ବୃ୍ନ୍ଦାବନରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ବିଶ୍ୱାସ କରାଯାଏ ଯେ ଆଜି ବି ଭଗବାନ କୃଷ୍ଣ ପ୍ରତିଦିନ ସେଠାକୁ ଆସିଥାଆନ୍ତି। ଏହି ମନ୍ଦିରର ନାମ ରଙ୍ଗମହଲ ଓ ଏହା ବୃନ୍ଦାବନର ଅନ୍ୟତମ ପ୍ରସିଦ୍ଧ ମନ୍ଦିର । ଏଠାରେ ଥିବା ପୁରୋହିତମାନେ କୁହନ୍ତି ଯେ ରଙ୍ଗମହଲ ମନ୍ଦିରର ଦ୍ୱାର ପ୍ରତ୍ୟେକ ଦିନ ସକାଳେ ଆପେଆପେ ଖୋଲିଯାଇଥାଏ। କେବଳ ଏତିକି ନୁହେଁ, ଯେମିତି ଖୋଲିଥାଏ, ଆପଣାଛାଏଁ ସେମିତି ବନ୍ଦ ବି ହୋଇଯାଇଥାଏ।
ପୁରୋହିତମାନଙ୍କ ଅନୁସାରେ, ଶ୍ରୀକୃଷ୍ଣ ଏବଂ ରାଧା ପ୍ରତିଦିନ ଏଠାକୁ ଶୟନ କରିବାକୁ ଆସିଥାଆନ୍ତି। ସେଥିପାଇଁ ପ୍ରତିଦିନ ସେମାନଙ୍କ ପାଇଁ ଏକ ଶଯ୍ୟା ତିଆରି କରାଯାଏ । ସକାଳେ ବିଛଣା ଅସଜଡ଼ା ହୋଇ ପଡ଼ିଥିବା ଦେଖାଯାଏ ବୋଲି ସେମାନେ କହନ୍ତି। ତେଣୁ ବିଶ୍ବାସ କରାଯାଏ ଯେ ପ୍ରଭୁ ନିଶ୍ଚିତ ଭାବରେ ରାତିରେ ଏଠାକୁ ବିଶ୍ରାମ ନେବାକୁ ଆସିଥାଆନ୍ତି। ଏତଦବ୍ୟତୀତ ରାତିରେ ରଖାଯାଇଥିବା ଭୋଗ ବି ଖିଆଯାଇଥିବା ପରି ଦେଖାଯାଇଥାଏ। ଏହି ମନ୍ଦିର ନିକଟରେ ଏକ ଜଙ୍ଗଲ ଅଛି, ଯାହାକୁ ନିଧି ବନ କୁହାଯାଏ । ଏହି ଜଙ୍ଗଲ ମଧ୍ୟ ଏକ ରହସ୍ୟମୟ ସ୍ଥାନ । ଲୋକମାନେ କୁହନ୍ତି ଯେ ଜଙ୍ଗଲ ଭିତରକୁ ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ରାଧା ଯାଇଥାଆନ୍ତି। ଏକଦା ଦୁଇଜଣ ବ୍ୟକ୍ତି ପ୍ରଭୁଙ୍କୁ ଦେଖିବା ପାଇଁ ସ୍ଥିର କରିଥିଲେ, କିନ୍ତୁ ପରଦିନ ସକାଳେ ଉଭୟ ପାଗଳ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସାଧୁ ଥିଲେ, ଯାହାଙ୍କ ସମାଧି ସେଠାରେ ନିର୍ମିତ ହୋଇଛି।

Leave a Reply

%d bloggers like this: