ବିଗ୍‌ବସ୍ ହାଉସରେ ତେଜସ୍ୱୀଙ୍କ ବଡ ଖୁଲାସା

ବିଗ୍‌ବସ୍ ହାଉସରେ ତେଜସ୍ୱୀଙ୍କ ବଡ ଖୁଲାସା


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ଟିଭି ଜଗତର ସବୁଠୁ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସିଜନ୍ ପୂର୍ବ ସିଜନ୍ ଠାରୁ ଅଧିକ ରୋମାଞ୍ଚକ ରହିଛି । ପୂର୍ବ ସବୁ ସିଜିନ୍‌ରେ ଏହି ଶୋ’ରେ ପ୍ରେମ, ବିବାହ, ଆଫେୟାର୍ସ ଆଦି ଦେଖିବାକୁ ମିଳୁଥିବା ବେଳେ ଏଥରକ କିନ୍ତୁ ଶୋ’ରେ ସବୁଠୁ ଅଲଗା ଅନ୍ଦାଜର ରୋମାଞ୍ଚକ ଦେଖିବାକୁ ମିଳିଛି । ଚଳିତଥରର ପ୍ରତିଯୋଗୀ ତେଜସ୍ୱୀ ପ୍ରକାଶ ଏମିତି ଏକ ବୟାନ ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶୋ’ରେ ତେଜସ୍ୱୀ ପ୍ରକାଶ ଉମର ରିୟାଜଙ୍କୁ କହୁଥିବାର ଦେଖାଯାଇଛି ଯେ ସେ ପ୍ରେଗନାଣ୍ଟ ଅଛନ୍ତି । ତେଜସ୍ୱୀଙ୍କ ଠାରୁ ଏହି କଥା ଶୁଣିବା ପରେ ଉମର ଆଶ୍ଚର୍ଯ୍ୟ ହୋଇଯାଇଥିବା ଦେଖାଯାଇଛି ।
ରିପୋର୍ଟ ମୁତାବକ, ତେଜସ୍ୱୀଙ୍କର ଏହା ଏକ ପ୍ରାଙ୍କ୍ । ଆଗାମୀ ପ୍ରୋମୋରେ ସଲମାନ୍ ନିଜ ପାର୍ଟନର ତଥା ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କ ସହ ମିଶି ତେଜସ୍ୱୀ ପ୍ରକାଶଙ୍କ ସାହାଯ୍ୟରେ ଉମର ରିୟାଜଙ୍କ ସହ ପ୍ରାଙ୍କ୍ କରିଛନ୍ତି । ସଲମାନ୍ ଖାନ୍ ଓ ଗୋବିନ୍ଦା ତେଜସ୍ୱୀଙ୍କୁ କ’ଣ କରିବାକୁ ହେବ ସେ ନେଇ କହୁଛନ୍ତି ।
ତେଜସ୍ୱୀ ଉମରଙ୍କୁ କହୁଛନ୍ତି, ମୋର ଗ୍ୟାସ୍ ହୋଇଯାଇଛି । ଉମର ଏହା ଶୁଣି ହସୁଛନ୍ତି। ତେଜସ୍ୱୀ ରାଗି ଯାଇ କହୁଛନ୍ତି, ଏହା ଆଦୌ ମଜା କଥା ନୁହେଁ । ସଲମାନ୍‌ଙ୍କ କହିବାନୁସାରେ ତେଜସ୍ୱୀ କହୁଛନ୍ତି, ମୁଁ ମା’ ହେବାକୁ ଯାଉଛି । ଉମର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି- ତୁ ଏମିତି କ’ଣ କହୁଛୁ । ତା’ପରେ ତେଜସ୍ୱୀ କହୁଛନ୍ତି, କ’ଣ ଗ୍ୟାସ୍ ଯୋଗୁ କେହି ଗର୍ଭବତୀ ହୋଇପାରେ । ଏହା ପରେ ଉମର ରିୟାଜ କନ୍‌ଫ୍ୟୁଜ୍ ହୋଇ ସେଠାରୁ ଚାଲିଯାଉଛନ୍ତି ।
ତେବେ ଏହି ପ୍ରାଙ୍କ୍ ପରେ ଘର ଲୋକଙ୍କ ରିଆକ୍ସନ୍ କ’ଣ ରହିବ ତାହା ଆଗାମୀ ଏପିସୋଡ୍‌ରେ ଦେଖିବାକୁ ମିଳିବ । ଏ ସପ୍ତାହରେ ବିଗ୍ ବସ୍ ହାଉସ୍‌ରେ ସନି ଲିଓନି ଓ କନିକା କପୁରଙ୍କର ବି ଏଣ୍ଟ୍ରି ହେବ। ଏହି ଦୁଇ ସେଲିବ୍ରିଟି ଘରେ ଏଣ୍ଟ୍ରି କରିବା ପରେ ଲୋକଙ୍କୁ ଅଲଗା ଅଲଗା ଟାସ୍କ ଦେବେ ।

Leave a Reply

%d bloggers like this: