ଫାଟିଗଲା ସ୍କୁଟର ବ୍ୟାଟେରୀ,
ଜଣେ ମୃତ ଏବଂ ୩ ଆହତ

ଫାଟିଗଲା ସ୍କୁଟର ବ୍ୟାଟେରୀ, ଜଣେ ମୃତ ଏବଂ ୩ ଆହତ


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ଗୁରୁବାର ରାତିରେ ଗୁରୁଗ୍ରାମର ସେକ୍ଟର- ୪୪ରେ ଏକ ଅଭାବନୀୟ ଘଟଣା ଘଟିଛି । କାନହାଇ ଗ୍ରାମରେ ଥିବା ଏକ କୋଠରୀରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡ ବିସ୍ଫୋରଣରେ ଚାରିଜଣ ଆହତ ହୋଇଥିବା ବେଳେ ୬୦ ବର୍ଷିୟ ବୟଷ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
ତେବେ ସୂଚନା ଅନୁଯାୟୀ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସ୍କୁଟରଟି ଏକ ବର୍ଷ ବି ହୋଇନଥିଲା, ସେମାନଙ୍କ କୋଠରୀ ବାହାରେ ପାର୍କିଂ କରାଯାଇ ଭିତରୁ ଚାର୍ଜ କରାଯାଉଥିଲା । କିନ୍ତୁ “ଚାର୍ଜିଂ କରିବା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଚାର୍ଜ କରିବା ସମୟରେ ଦୁଇ ଚକିଆ ଯାନ ବିସ୍ଫୋରଣ ହୋଇଛି ବୋଲି ପୋଲିସ କହିଛି ।
ଏହି ଅଗ୍ନିକାଣ୍ଡ ବିସ୍ଫୋରଣ ସମୟରେ ପୀଡିତ ସୁରେଶ ଏବଂ ତାଙ୍କ ପତ୍ନୀ , ପୁଅ ମନୋଜ୍ ସାନପୁଅ ସରୋଜ ଓ ଅନୁଜ ପାଖରେ ଶୋଇଥିଲେ । ଯେତେବେଳେ କୋଠରୀ ଭିତରେ ବିସ୍ଫୋରଣ ହେଲା ଠିକ୍ ସେହି ସମୟରେ ତାଙ୍କ କମ୍ବଳରେ ନିଆ ଲଗି ସମଗ୍ର କୋଠରୀକୁ ବ୍ୟାପିଗଲା । ଯେଉଁଥି ପାଇଁ ପୁରା ପରିବାର ଫସି ଯାଇଥିଲେ । ଆଖ ପାଖରେ ଥିବା ପଡୋଶୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସେମାନେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସ୍‌କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ସେମାନଙ୍କୁ ପହଞ୍ଚି ଉଦ୍ଧାର କରିବା ସହ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

Leave a Reply

%d bloggers like this: