ଗୋଆରେ ବ୍ୟାଚଲର ପାର୍ଟି କରୁଛନ୍ତି ମୌନି,
ଭାଇରାଲ ହେଉଛି ଫଟୋ

ଗୋଆରେ ବ୍ୟାଚଲର ପାର୍ଟି କରୁଛନ୍ତି ମୌନି, ଭାଇରାଲ ହେଉଛି ଫଟୋ


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨: ବଲିଉଡର ଗ୍ଲାମରସ ଅଭିନେତ୍ରୀ ମୌନି ରୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ସେ ପ୍ରାୟତଃ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ହେଲେ ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ବ୍ୟାଚଲର ପାର୍ଟିର ମଜା ନେଉଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ତାଙ୍କ ସାଙ୍ଗମାନେ ଅଭିନେତ୍ରୀଙ୍କ ସହିତ ମଧ୍ୟ ନଜର ଆସିଛନ୍ତି । ଶୁଣିବାକୁ ମିଳୁଛି କି ମୌନି ଖୁବ ଶୀଘ୍ର ବିବାହ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ମୌନିଙ୍କର ବିବାହ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।
ସୂଚନାନୁସାରେ, ମୌନି ଗୋଆରେ ନିଜ ସାଙ୍ଗମାନଙ୍କ ସହିତ ମଜା କରୁଛନ୍ତି । ଯେଉଁଠାରୁ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଅଭିନେତ୍ରୀଙ୍କ ଏହି ଫଟୋ ଇଣ୍ଟରନେଟରେ ତାଙ୍କ ବନ୍ଧୁ ଆଶ୍କା ଗୋରାଡିଆ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଗ୍ୟାଙ୍ଗ ସମୁଦ୍ର କୂଳରେ ଏହି ପାର୍ଟି କରୁଥିବାର ଦେଖିବାକୁ ମିଳିଛି । ଫଟୋ ଗୁଡ଼ିକରେ ସଭିଏଁ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି ।
ତାଙ୍କ ଏହି ଫଟୋ ଗୁଡ଼ିକ ସାମ୍ନାକୁ ଆସିବା ପରେ କୁହାଯାଇଛି ଯେ ମୌନି ରୟ ତାଙ୍କ ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ଆସନ୍ତା ବର୍ଷ ଜାନୁୟାରୀ ମାସରେ ବିବାହ କରିବାକୁ ଯାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଅନେକ ଲୋକ ସେମାନଙ୍କ ବିବାହ ବିଷୟରେ ପ୍ରଶ୍ନ ପଚାରୁଛନ୍ତି । ତେବେ ସେ ବିବାହ କରିବାକୁ ଯାଉଛନ୍ତି ନା ନାହିଁ, ହେଲେ ଏନେଇ ମୌନି କୌଣସି ପ୍ରକାରର ଘୋଷଣା କରି ନାହାନ୍ତି ।

Leave a Reply

%d bloggers like this: