ସ୍କୁଟର ଡଗ୍‌

ସ୍କୁଟର ଡଗ୍‌


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨; ପୋଷା କୁକୁରକୁ ଦାମି ଗାଡିରେ ଅୟସରେ ବସି ଯାଉଥିବା ଦେଖିଥିବେ କିନ୍ତୁ କୌଣସି କୁକୁର କେବେ ସ୍କୁଟର ଚଲାଉଥିବା ଦେଖିଛନ୍ତି କି? ନରମାନ୍ ନାମକ ଏକ ଫ୍ରେଞ୍ଚ ଶିପ୍ ପ୍ରଜାତିର କୁକୁରସବୁଠାରୁ ଦ୍ରୁତତମ ବେଗରେ ସ୍କୁଟର ଚଲାଇ ୱାଲର୍ଡ ରେକର୍ଡ କରିଛନ୍ତି । ନରମାନ୍ ୨୦.୭୭ ସେକେଣ୍ଡରେ ୩୦ ମିଟର ସ୍କୁଟର ଚଲାଇ ଏହି ରେକର୍ଡ କରିଛି ।
ନରମାନର ମାଲିକ କାରେନ୍ କବ୍ କୁହନ୍ତି ନରମାନ୍‌କୁ ଆଣିଲା ସମୟରୁ ସେ ଜାଣିଥିଲେ ଯେ, ସେ ବହୁତ ସ୍ପେଶାଲ । ନରମାନ୍ ବହୁତ ଶୀଘ୍ର ଯେକୌଣସି କଥାକୁ ଶିଖିଯାଏ । ସେ ଯେବେ ପ୍ରଥମେ ସ୍କୁଟରରେ ପାଦ ରଖିଥିଲା ବହୁତ ସୁନ୍ଦର ଭାବେ ସନ୍ତୁଳନ ରକ୍ଷା କରିପାରିଥିଲା । ପରେ ସେ ବେଶ୍ କୁଶଳତାର ସହ ଆଗ ଦୁଇ ଗୋଡକୁ ହ୍ୟାଣ୍ଡେଲ ଉପରେ ଓ ପଛ ଗୋଡକୁ ସ୍କୁଟରକୁ ଠେଲି ଆଗକୁ ଆଗକୁ ଯାଇପାରିଥିଲା ।୨୦୧୩ରେ ନରମାନ୍ ଦ୍ରୁତବେଗରେ ସ୍କୁଟର ଚଲାଇ ରେକର୍ଡ କରିଥିଲା । ୨୦୧୭ରେ ୫୫ସେକେଣ୍ଡରେ ୩୦ ମିଟର ସାଇକେଲ ଚଲାଇ ଆଉ ଏକ ରେକର୍ଡ କରିଥିଲା । ସେ ଯେବେ ସାଇକେଲ କି ସ୍କୁଟର ଚଲାଏ ଲାଗେ ଯେମିତି ମଣିଷ ପିଲାଟି ପରି । ସମସ୍ତ ଲୋକ କେବଳ ତାକୁ ହିଁ ଚାହିଁ ରୁହନ୍ତି ।

Leave a Reply

%d bloggers like this: