ସାମ୍ନାକୁ ଆସିଲା ଭାମିକାଙ୍କ ଚେହେରା

ସାମ୍ନାକୁ ଆସିଲା ଭାମିକାଙ୍କ ଚେହେରା


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨: ବିରାଟ କୋହଲି-ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଝିଅର ଫଟୋ ସୋସିଆଲ ପ୍ଲାଟଫର୍ମରେ କିପରି ରିଭିଲ୍ ନହେବ ସେଥିପ୍ରତି ସର୍ବଦା ଧ୍ୟାନ ଦେଇ ଆସିଛନ୍ତି । ନିକଟରେ ତାଙ୍କୁ ସାଉଥ ଆଫ୍ରିକା ଯିବା ସମୟରେ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ବିରାଟ ନିଜେ ପ୍ରଥମେ ପାପାରାଜିଙ୍କୁ ଆସି ଝିଅ ଭାମିକାଙ୍କ ଫଟୋ ନ ନେବାକୁ ଅନୁରୋଧ କରିଥିଲେ ।
ଏହି ସମୟରେ ସେ କହିଥିଲେ – ‘ବେବିର ଫଟୋ ନିଅ ନାହିଁ ପ୍ଲିଜ୍’, ପାପାରାଜି ମଧ୍ୟ ତାଙ୍କ କଥାର ସମ୍ମାନ ରଖିଥିଲେ ଏବଂ ଭାମିକା ଆସିବା ପୂର୍ବରୁ କ୍ୟାମେରା ହଟାଇଦେଇଥିଲେ । କିନ୍ତୁ ଅନୁଷ୍କା ଆଗକୁ ବଢିବା ପରେ କ୍ୟାମେରାରେ ବେବି ଭାମିକାଙ୍କ ଚେହେରା କଏଦ ହୋଇଥିଲା । ଭାମିକା ତାଙ୍କ ମା’ଙ୍କ କୋଳରେ ଥିଲେ, କିନ୍ତୁ ବହୁତ କୌତୁହଳର ସହିତ ଏପଟ ସେପଟକୁ ଚାହୁଁଥିଲେ । ଭାମିକା ସବୁଠୁ କ୍ୟୁଟ୍ ସେଲେବ୍ ଚାଇଲ୍ଡମାନଙ୍କ ମଧ୍ୟରୁ ଜଣେ ବୋଲି କହିବା ଭୁଲ୍ ହେବ ନାହିଁ । ଭାମିକାଙ୍କ କେଶରେ ଦୁଇଟି ପୋନିଟେଲ ତିଆରି ହୋଇଥିଲା ଏବଂ କ୍ୟୁଟନେସର ସମସ୍ତ ସୀମା ପାର କରିଯାଇଥିଲେ ।

Leave a Reply

%d bloggers like this: