ବିବାହ କରିନେଲେ କି ପୱନଦୀପ-ଅରୁଣିତା ?

ବିବାହ କରିନେଲେ କି ପୱନଦୀପ-ଅରୁଣିତା ?


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨: ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । କୁହାଯାଉଥିଲା କି ଦୁହେଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍ ମଧ୍ୟ ରିଲିଜ୍ ହୋଇଥିଲା । ହେଲେ ବର୍ତ୍ତମାନ ଦୁଇ ଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକ ବିବାହ ଦମ୍ପତ୍ତି ବେଶରେ ନଜର ଆସିଛନ୍ତି । ଉଭୟଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନେ ଲୁଚି ଛପି ବିବାହ କରି ନେଇଛନ୍ତି ।
ତେବେ ଏହି ଫଟୋ ଗୁଡ଼ିକର ବାସ୍ତବତା ଅଲଗା । କାରଣ ପୱନଦୀପ ଏବଂ ଅରୁଣିତାଙ୍କ ବ୍ରେକଅପ୍ ଖବର ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଥିଲେ । ବ୍ରେକଅପ୍ ଖବର ଆସିବା ଦିନଠାରୁ ସେମାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ ସେମାନେ ପୱନଦୀପ ଏବଂ ଅରୁଣିତାଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି । ଭାଇରାଲ ହେଉଥିବା ଏହି ଫଟୋ ସେମାନଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଛି । ହେଲେ ଏପର୍ଯ୍ୟନ୍ତ ସେୟାର କରାଯାଇଥିବା ଏହି ଫଟୋ ଗୁଡ଼ିକ ଉପରେ ପୱନଦୀପ ଏବଂ ଅରୁଣିତାଙ୍କଠାରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳି ନାହିଁ ।

Leave a Reply

%d bloggers like this: