ବିଦେଶରେ ଥାଇ ମଧ୍ୟ ନିଜ ମାଟିକୁ ଭୁଲି ନାହାନ୍ତି ପ୍ରିୟଙ୍କା

ବିଦେଶରେ ଥାଇ ମଧ୍ୟ ନିଜ ମାଟିକୁ ଭୁଲି ନାହାନ୍ତି ପ୍ରିୟଙ୍କା


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିକ୍ ଜୋନାସଙ୍କୁ ବାହା ହୋଇ ବିଦେଶ ଚାଲିଯାଇଛନ୍ତି ସତ କିନ୍ତୁ ହୃଦୟରୁ, ସେ ଏବେ ବି ଦେଶୀ । ତାଙ୍କର ଇନଷ୍ଟାଗ୍ରାମରେ ଏହି କଥାର ଝଲକ୍ ଦେଖିବାକୁ ମିଳିଥାଏ ।ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ଚୋପ୍ରା ଜଣାଇଥିଲେ ଯେ ସେ ଜମା ବି ଏହା ଅନୁଭବ କରୁନାହାଁନ୍ତି ଯେ ସେ ଘର ଠାରୁ ଦୂରରେ ଅଛନ୍ତି । ପ୍ରିୟଙ୍କା ଜଣାଇଛନ୍ତି ଯେ ତାଙ୍କ ମାଆ ମଧୁ ଚୋପ୍ରା, ମନ୍ଦିର ଏବଂ ଆଚାର ତାଙ୍କ ସହିତ ସବୁବେଳେ ରଖିଥାନ୍ତି ।
ପ୍ରିୟଙ୍କା ଇଣ୍ଟରନ୍ୟାସନାଲ ପପ୍ ସେନସେସନ୍ ନିକ୍ ଜୋନାସଙ୍କୁ ବିବାହ କରି ଇଣ୍ଡିଆ ଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ଭାରତକୁ ସେ ଜମା ବି ଭୁଲିନାହଁନ୍ତି । ଏହି କଥାର ଖୁଲାସା ସେ ଏକ ଇଣ୍ଟରଭ୍ୟୁରେ କରିଥିଲେ । ପ୍ରିୟଙ୍କା ଜଣାଇଥିଲେ, ସେ ଭାରତୀୟ ସଂସ୍କୃତି ସହ ଜଡିତ ଅନେକ ଜିନିଷକୁ ସବୁବେଳେ ନିଜ ପାଖରେ ରଖିଥାନ୍ତି । ସେ କହିଥିଲେ ଯେ ଆପଣ ମୋତେ ଭାରତରୁ ବାହାରକୁ ନେଇପାରିବେ କିନ୍ତୁ ଭାରତକୁ ମୋ ଠାରୁ ବାହାର କରିପାରିବେନାହିଁ ।

Leave a Reply

%d bloggers like this: