ବିଜୟ ମାଲ୍ୟାଙ୍କ ଉପରେ ପ୍ରସ୍ତୁତ ହେବ ୱେବ ସିରିଜ,
OTT ପ୍ଲାଟଫର୍ମରେ ହେବ ରିଲିଜ

ବିଜୟ ମାଲ୍ୟାଙ୍କ ଉପରେ ପ୍ରସ୍ତୁତ ହେବ ୱେବ ସିରିଜ, OTT ପ୍ଲାଟଫର୍ମରେ ହେବ ରିଲିଜ


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨: ଭାରତର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ବ୍ୟକ୍ତିତ୍ୱ ବିଜୟ ମାଲ୍ୟା, ଯାହାଙ୍କ ସାମ୍ରାଜ୍ୟର କାହାଣୀ କାହାଠାରୁ ଲୁଚି ରହିନାହିଁ । ଦେଶର ସବୁଠୁ ବଡ ମନି ଲଣ୍ଡରିଂ ତଥା କୋଟି କୋଟି ଟଙ୍କା ଠକେଇରୁ ମୁକ୍ତି ପାଇବା ପରେ ବ୍ରିଟେନରେ ବସିଥିବା ବିଜୟ ମାଲ୍ୟାଙ୍କ କାହାଣୀ ବର୍ତ୍ତମାନ ୱେବ୍ ସିରିଜରେ ଦେଖାଯିବାକୁ ପ୍ରସ୍ତୁତ ହେଉଛି ।
ଗତ ବର୍ଷ ଫିଲ୍ମ ନିର୍ମାତା ସୁନୀଲ ବୋରାଙ୍କ ପ୍ରଡକ୍ସନ୍ ହାଉସ୍ ଅଲମାଇଟି ବିଜୟ ମାଲ୍ୟାଙ୍କ ଉପରେ ନିର୍ମିତ ପୁସ୍ତକର ରାଇଟ୍ସ କିଣିଥିଲା । ଏହା ମଧ୍ୟ ଘୋଷଣା କରାଯାଇଥିଲା ଯେ ଏହା ଉପରେ ଏକ ୱେବ୍ ସିରିଜ୍ ପ୍ରସ୍ତୁତ ହେବ । ବର୍ତ୍ତମାନ ଏହି ୱେବ୍ ସିରିଜ୍ ଏକ ବଡ OTT ପ୍ଲାଟଫର୍ମର ସମର୍ଥନ ପାଇଛି, ଯେଉଁମାନେ ଏହାକୁ ଷ୍ଟ୍ରିମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । MX ପ୍ଲେୟାର ବର୍ତ୍ତମାନ ବିଜୟ ମାଲ୍ୟାଙ୍କ ୱେବ ସିରିଜକୁ ଏହାର OTT ପ୍ଲାଟଫର୍ମରେ ପ୍ରସାରଣ କରିବ । କେବଳ ଏତିକି ନୁହେଁ, MX ପ୍ଲେୟାର ମଧ୍ୟ ଏକ ନିର୍ମାତା ଭାବରେ ଏହି ପ୍ରୋଜେକ୍ଟରେ ଯୋଗ ଦେଇଛି । ଅର୍ଥାତ୍ ନିର୍ମାତା ସୁନୀଲ ବୋରାଙ୍କ ପ୍ରଡକ୍ସନ୍ କମ୍ପାନୀ ଅଲମାଇଟି ସହ ମିଶି MX ପ୍ଲେୟାର ସହ ଏହି ୱେବ୍ ସିରିଜ୍ ପ୍ରଡ୍ୟୁସ୍ କରିବ ।

Leave a Reply

%d bloggers like this: