ପୁସ୍ତକପ୍ରେମୀଙ୍କ ଗାଁ

ପୁସ୍ତକପ୍ରେମୀଙ୍କ ଗାଁ


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨;ପୁସ୍ତକକୁ ଭଲପାଉଥିବା ଲୋକଙ୍କୁ ଏହି ପୁସ୍ତକପ୍ରେମୀଙ୍କ ଗାଁ ବହୁତ ପସନ୍ଦ ଆସିବ । କେରଳରେ ରହିଛି ଏହି ଗାଁ ଯାହାର ନାମ ପେରୁମକୁଲମ ।କେରଳର ସାକ୍ଷରତା ହାର ଯଥେଷ୍ଟ ଅଧିକ । ତେବେ ଏହି ଗାଁର ଲୋକମାନଙ୍କ ପଢିବାର ଆଗ୍ରହ ଗାଁଟିକୁ ସୂତନ୍ତ୍ର କରିଛି । କେରଳର ଏହି ପ୍ରଥମ ପୁସ୍ତକ ଗାଁ ଦେଶର ୨ୟ ପୁସ୍ତକ ଗାଁ ମାନ୍ୟତା ପାଇଛି ।
ଏହି ଗାଁରେ ଅନେକ ଛୋଟ ଛୋଟ ବାକ୍ସ ଯେଉଁଠି ରହିଛି କେବଳ ବହି । ଛୋଟ ଛୋଟ ବହି ଭର୍ତ୍ତି ବାକ୍ସଗୁଡିକୁ ଭ୍ରାମ୍ୟମାଣ ଲାଇବ୍ରେରୀ ବୋଲି ଗାଁ ଲୋକ କହୁଛନ୍ତି । ଜଣେ ଚାହିଲେ ଏଠି ମାଗଣାରେ ବହି ପଢିପାରିବ । ଯଦି ଇଚ୍ଛା କରେ ତ ବହୁକୁ ଘରକୁ ନେଇ ପଢିପାରିବ । ବହୁ ପର୍ଯ୍ୟଟକ ଏହି ଗାଁକୁ ଆସୁଛନ୍ତି ।
ଏହା ପୂର୍ବରୁ ମହାରାଷ୍ଟ୍ରର ଭିଲର୍ ଭାରତର ପ୍ରଥମ ପୁସ୍ତକର ମାନ୍ୟତା ପାଇଥିଲା । କେରଳରେ ଏହି ଗାଁରେ ଏବେ ୭ହଜାରରୁ ଅଧିକ ପୁସ୍ତକ ଦେଖିବାକୁ ମିଳେ । ଲୋକ ନିଜ ଖର୍ଚ୍ଚରେ ବିନା ସରକାରୀ ସାହାର୍ଯ୍ୟରେ ଏହି ବହି ସବୁ କିଣୁଛନ୍ତି । ଏପରି କରିବାର ଉଦ୍ଦେଶ୍ୟ ଗାଁର ପ୍ରତ୍ୟେକ ବ୍ୟକ୍ତି ପଢିବାକୁ ଆଗ୍ରହୀ ହେବେ । ଯାହାଦ୍ୱାରା ପର୍ଯ୍ୟଟକଙ୍କର ମଧ୍ୟ ପଢିବାକୁ ଆଗ୍ରହ ବଢିବ ।

Leave a Reply

%d bloggers like this: