ନିଆରା ବାହାଘର,
ହେଲାନି କନ୍ୟାଦାନ

ନିଆରା ବାହାଘର, ହେଲାନି କନ୍ୟାଦାନ


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨: ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲା ଜୋବା ଗାଁରେ ଜଣେ ମହିଳା ଓଇଝ ଅଫିସରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଇଝ ଅଫିସର ତପସ୍ୟା ପରିହାର ଜଣେ ଓୠଝ ଅଧିକାରୀ ଗର୍ବୀତ ଗଙ୍ଗଓ୍ୱାରଙ୍କୁ ବିବାହ କରିଛନ୍ତି । ତପସ୍ୟା ଯେତିକି ତାଙ୍କର ପାଠପଢା ଓ ଯୋଗ୍ୟତା ପାଇଁ ଚର୍ଚ୍ଚାରେ ନାହାଁନ୍ତି ସେକିତି ଚର୍ଚ୍ଚାରେ ଅଛନ୍ତି ତାଙ୍କ ବିବାହକୁ ନେଇ ।
କାରଣ ସେ ବିବାହ କରିଛନ୍ତି ସତ, ହେଲେ ତାଙ୍କର କନ୍ୟାଦାନ ହୋଇନି । ତପସ୍ୟା ତାଙ୍କ ବାପାଙ୍କୁ କହିଥିଲେ କି, ମୁଁ ଦାନ କରିବା ଭଳି ଜିନିଷ ନୁହେଁ ଯେ ତମେ ମୋତେ ଦାନ କରବ । ବରଂ ମୁଁ ତୁମ ଝିଅ । ଗୁରୁବାର ଜେବା ଗାଁରେ ରିସ୍ପସନ ଭୋଜି ଥିଲା । ହିନ୍ଦୁ ସଂସ୍କୃତିରେ କନ୍ୟାଦାନର ବିଶେଷ ମହତ୍ତ୍ୱ ରହିଥାଏ । କିନ୍ତୁ ତପସ୍ୟା ପରିହାର ଏହି ଦୀର୍ଘଦିନର ପରମ୍ପରାକୁ ଭାଙ୍ଗିଛନ୍ତି । ଆଉ ନିଜ ବିବାହରେ କନ୍ୟାଦାନ ପ୍ରଥାକୁ ବନ୍ଦ କରିଛନ୍ତି ।
ଏନେଇ ତପସ୍ୟା କୁହନ୍ତି ଯେ, ସେ ପିଲାବେଳୁ କନ୍ୟାଦାନ କରାଯିବା ପ୍ରଥାକୁ ବିରୋଧକରୁଥିଲେ । ଏହାକୁ ବିରୋଧ କରିବାର ମୋର ଯୋଜନା ବି ଥିଲା । ତେବେ ମୋର ଏହି ଇଚ୍ଛାକୁ ମୁଁ ପରିବାର ଲୋକଙ୍କୁ ଜଣାଇଥିଲି । ଆଉ ପରିବାର ଲୋକ ବି ମୋତେ ସହଯୋଗ କରିଥିଲେ । ବାପା ମଧ୍ୟ ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ବିବାହ କରିଥିଲେ । ହେଲେ କନ୍ୟାଦାନ ହୋଇନଥିଲା ।

Leave a Reply

%d bloggers like this: