ତାମିଲନାଡୁର ପର୍ଯ୍ୟଟନ ସ୍ଥାନ ଘୋଷ୍ଟ ଟାଉନ

ତାମିଲନାଡୁର ପର୍ଯ୍ୟଟନ ସ୍ଥାନ ଘୋଷ୍ଟ ଟାଉନ


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୨: ଦକ୍ଷିଣ ଭାରତରେ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ପର୍ଯ୍ୟଟକ ତାମିଲନାଡୁକୁ ବହୁତ ପସନ୍ଦ କରନ୍ତି। ଏଠାରେ ଅନେକ ସୁନ୍ଦର ସୁନ୍ଦର ଜାଗା ଅଛି। କିନ୍ତୁ ରାଜ୍ୟରେ ଏମିତି ଏକ ଜାଗା ଅଛି ଯେଉଁଠି ସନ୍ଧ୍ୟା ହେଲେ ଜନଶୂନ୍ୟ ହୋଇପଡେ।
ଏହି ଜାଗାର ନାଁ ହେଲା ଧନୁଷକୋଡ଼ି। ସନ୍ଧ୍ୟା ସମୟରେ ଏହି ଜାଗାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି। ଏହି ସ୍ଥାନକୁ ରାଜ୍ୟ ସରକାର ‘ଘୋଷ୍ଟ ଟାଉନ’ ଘୋଷିତ କରିଛନ୍ତି। ଲଙ୍କାରେ ବିଜୟ ପ୍ରାପ୍ତ କରି ଭଗବାନ ଶ୍ରୀରାମ ଯେତେବେଳେ ଫେରୁଥିଲେ ସେତେବେଳେ ରାବଣର ଭାଇ ବିଭୀଷଣଙ୍କୁ ଲଙ୍କାର ରାଜା କରିଥିଲେ। ଶ୍ରୀରାମଙ୍କର ଏହି ସ୍ଥାନ ସହ ଖାସ ସମ୍ବନ୍ଧ ଅଛି। ସେତେବେଳେ ବିଭୀଷଣ ଶ୍ରୀରାମଙ୍କୁ ଅନୁରୋଧ କରିଥିଲେ ଯେ ସେ ଲଙ୍କା ଯାଏଁ ଆସୁଥିବା ରାମ ସେତୁକୁ ଭାଙ୍ଗି ଦିଅନ୍ତୁ। ଧନୁ ସାହାଯ୍ୟରେ ଶ୍ରୀରାମ ସେତୁକୁ ଭାଙ୍ଗି ଦେଇଥିଲେ ଓ। ସେହି ସ୍ଥାନ ଧନୁଷକୋଡ଼ି ନାମରେ ଜଣାଶୁଣା।
ଏଠାରେ ଆଉ କିଛି ବଂଚିନାହିଁ। ଏଠାରେ ନା ଲୋକ ଅଛନ୍ତି ନା କୌଣସି ଜିନିଷ। ଆଜି ବି ଏହି ଜାଗା ଶୂନଶାନ। ୧୬୬୪ ରେ ଏଠାରେ ଏକ ଭୟଙ୍କର ଝଡ ହୋଇଥିଲା ବୋଲି କୁହାଯାଏ। ଝଡ ଯୋଗୁଁ ଏହି ଜାଗା ସମ୍ପୂର୍ଣ ନଷ୍ଟ ହୋଇଗଲା। ସେଥିପାଇଁ ସନ୍ଧ୍ୟା ସମୟରେ ଏଠାକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିଛି। ରାତିରେ ଏଠାରେ ଅଜବ ଅଜବ ଶବ୍ଦ ଶୁଭେ ବୋଲି ଲୋକେ କୁହନ୍ତି। ରାତିରେ ଏଠାରେ କେହି ରହିବା ବିପଦ। ବର୍ତ୍ତମାନ ଏହା ଏକ ପ୍ରସିଦ୍ଧ ପର‌୍ୟ୍ୟଟନ ସ୍ଥଳୀ। ଦିନକୁ ଦିନ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି।

Leave a Reply

%d bloggers like this: