ଏବେ ପବନରେ ଚାଲିବ ଗାଡି

ଏବେ ପବନରେ ଚାଲିବ ଗାଡି


ମେଟ୍ରୋ ଟିିଭି ବ୍ୟୁରୋ/୧୮/୧୨: ଏବେ ବଜାରକୁ ଆସିବାକୁ ଯାଉଛି ପବନରେ ଚାଲୁଥିବା ଗାଡ଼ି । ମର୍କରୀ R4D ରିସର୍ଚ୍ଚ ଅର୍ଗାନାଇଜେସନ୍ ଏବଂ ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ର ମିଶି ତିଆରି କରିଛନ୍ତି ଏହି ଜବରଦସ୍ତ ବାଇକ । ଏହା ଏକ ଇଲେକଟ୍ରିକ ସ୍କୁଟର । ଏହା କେବଳ ପବନରେ ଚାଲିଥାଏ । ପବନ ଶେଷ ହେବା ପରେ ଏହି ସ୍କୁଟର ବ୍ୟାଗପ୍ୟାକ ରେ କନଭର୍ଟ ହୋଇଯାଏ । ଏହି ସ୍କୁଟର ନାମ ପୋଇମୋ, ଏହା ପବନ ଦ୍ୱାରା ଚାଲିଥାଏ । ଏହା ଏକ ପୋର୍ଟେବଲ ଇଲେକଟ୍ରିକ ସ୍କୁଟର। ଏହାକୁ ଥର୍ମୋପ୍ଲାଷ୍ଟିକ ପଲିୟୁରେଥିନ ସହ ବିଭିନ୍ନ ପାର୍ଟସକୁ ନେଇ ତିଆରି କରାଯାଇଛି।
ଏହି ପାର୍ଟସରେ ହ୍ୟାଣ୍ଡେଲ, ଚକା, ବ୍ୟାଟେରୀ ଓ ମୋଟର ସାମିଲ ରହିଛି । ଖବର ଅନୁଯାୟୀ, ଏହା ଡିଜନୀର ଏକ କାର୍ଟୁନ କ୍ୟାରେକ୍ଟର ଥିବା ସ୍କୁଟରରେ ପ୍ରଭାବିତ ହୋଇ ତିଆରି କରାଯାଇଛି । ଏହା ପବନ ଦ୍ୱାରା ଚାଲିଥାଏ । ସବୁଠୁ ବଡ଼ କଥା ହେଉଛି ଗାଡ଼ିରୁ ପବନ ସରିଗଲେ ଏହାକୁ ବ୍ୟାଗ ଭଳି ଭାଙ୍ଗି ନିଆଯାଇପାରିବ । ଏହାକୁ ରିସର୍ଚ୍ଚର ଇ-ସ୍କୁଟର ସଫ୍ଟ ମୋବିଲିଟି ର ନାମ ଦେଇଛନ୍ତି । ଏହା ଉପରେ କମ ଭାରୀ ଲୋକ ସହଜରେ ଯାଇପାରିବେ । ଏଥିରେ ପାର୍କିଂର ଅସୁବିଧା ମଧ୍ୟ ଦୂର ହେବ । ସାଧାରଣ ଲୋକଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହେବ ।
ଏହି ଗାଡ଼ିର ଓଜନ ମାତ୍ର ସାଢ଼େ ପାଞ୍ଚ କିଲୋଗ୍ରାମ । ଏହାର ଆଗରେ ୮ ଇଞ୍ଚର ଦୁଇଟି ଚକା ଲାଗିଥିବା ବେଳେ ପଛ ଭାଗରେ ୬ ଇଞ୍ଚର ଚକା ଲାଗିଛି । ଏହା ବ୍ୟତିତ ବିଲ୍ଟ ଇନ ଓ୍ଵାୟରଲେସ୍ କଣ୍ଟ୍ରୋଲର, ୭୦ ରୁ ୧୧୦ ମିମି ଲମ୍ବାର ବ୍ୟାଟେରୀ ମଧ୍ୟ ଖଞ୍ଜା ଯାଇଛି । ଏହା ପଦଯାତ୍ରୀଙ୍କ ପାଇଁ ଖୁବ ସହାୟକ ହେବ । ଏଥିରେ ଦୁର୍ଘଟଣାର ସମ୍ଭାବନା ଆଦୌ ନାହିଁ । ତେବେ ଅନେକ ଲୋକଙ୍କୁ ଏହା ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି ।

Leave a Reply

%d bloggers like this: