ହୀରାର ଡ୍ରେସରେ ସ୍ପଟ୍ ହେଲେ ଉର୍ବଶୀ, ମୂଲ୍ୟ ଜାଣିଲେ ଉଡିଯିବ ହୋସ୍‌

ହୀରାର ଡ୍ରେସରେ ସ୍ପଟ୍ ହେଲେ ଉର୍ବଶୀ, ମୂଲ୍ୟ ଜାଣିଲେ ଉଡିଯିବ ହୋସ୍‌


ମେଟ୍ରୋ ଟିଭି ବ୍ୟୁରୋ,୧୭/୧୨: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଇସ୍ରାଏଲର ମିସ୍ ୟୁନିଭର୍ସ ୨୦୨୧ ପେଜେଣ୍ଟର ଜଜ୍ ଥିଲେ । ସେ ଭାରତର ଗର୍ବର ମୂହୁର୍ତ୍ତର ସାକ୍ଷୀ ହୋଇଥିଲେ । ଦେଶର ପ୍ରତିନିଧିତ୍ୱ କରିବା ଏବଂ ମିସ୍ ୟୁନିଭର୍ସ ବିଜେତାକୁ ଦେଖିବା ପରେ ବର୍ତ୍ତମାନ ଉର୍ବଶୀ ଦେଶକୁ ଫେରିଛନ୍ତି । ସେ ଫେରିବା ସମୟରେ ପିନ୍ଧିଥିବା ପୋଷାକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ବିମାନ ବନ୍ଦରରେ ଉର୍ବଶୀଙ୍କୁ ସ୍ପଟ୍ କରାଯାଇଛି । ସେ ପୋଜିଓ ଆଣ୍ଡ ସ୍କାରଲେଟ୍ ଦ୍ୱାରା ୫ ଲକ୍ଷ ଟଙ୍କା ମୂଲ୍ୟର ଏକ ବେବି ପିଙ୍କ ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖାଯାଇଛି । ସେ ଡାଏମଣ୍ଡ ଯୋଡା ହୋଇଥିବା କୋଲ୍ଡ ସୋଲ୍ଡର୍ କ୍ରପ୍ ଟପ୍ ଏବଂ ମିନି ସ୍କର୍ଟ ସହିତ ବେବି ପିଙ୍କ ହାଇ ଷ୍ଟିଲେଟୋସ ପିନ୍ଧିଛନ୍ତି । ଏହି ଲୁକରେ ଅଭିନେତ୍ରୀ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସେ ହୀରା କାନଫୁଲ ଏବଂ ଏକ ବ୍ରେସଲେଟ୍ ସହିତ ତାଙ୍କ ଲୁକକୁ କମ୍ପ୍ଲିଟ୍ କରିଛନ୍ତି ।

Leave a Reply

%d bloggers like this: