ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା ସ୍ଥଗିତ,
ମାନସାଙ୍କ ସମେତ ୧୭ ପ୍ରତିଯୋଗୀ କରୋନା ସଂକ୍ରମିତ

ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା ସ୍ଥଗିତ, ମାନସାଙ୍କ ସମେତ ୧୭ ପ୍ରତିଯୋଗୀ କରୋନା ସଂକ୍ରମିତ


ମେଟ୍ରୋ ଟିଭି ବ୍ୟୁରୋ,୧୭/୧୨: ମିସ୍ ଓ୍ୱାର୍ଲ୍ଡ ୨୦୨୧ ସ୍ଥଗିତ । ମିସ୍ ଇଣ୍ଡିଆ ମନାସା ସମେତ ୧୭ ପ୍ରତିଯୋଗୀ କରୋନା ପଜିଟିଭ । ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତାର ଉଦଯାପନୀ ଦିବସ ସେନଜୁୟାନର ଡି ପିୟୁର୍ଟୋ ରିକୋରେ ହେବାର ଥିଲା । ମାତ୍ର ଏହା ପୂର୍ବରୁ ଏହାକୁ ସ୍ଥଗିତ କରିଦିଆଯାଇଛି । ମିସ୍ ଓ୍ୱାର୍ଲ୍ଡର ଆୟୋଜକ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ୧୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ ଆଇସୋଲେସନରେ ଅଛନ୍ତି । ଆଗାମୀ ୯୦ ଦିନ ମଧ୍ୟରେ ଉକ୍ତ ସ୍ଥାନରେ ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।
୭୦ତମ ମିସ୍ ୱାର୍ଲ୍ଡ ବ୍ୟୁଟି ପେଜେଣ୍ଟରେ ମାନସା ବାରାଣାସୀ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି । ତେଲେଙ୍ଗାନାରୁ ଆସିଥିବା ମାନସାଙ୍କୁ ମିସ୍ ଇଣ୍ଡିଆ ୨୦୨୦ ଚୟନ କରାଯାଇଥିଲା । ଏହା ବ୍ୟତୀତ ସେ ମିସ୍ ରାମ୍ପ ୱାକର ଟାଇଟଲ୍ ମଧ୍ୟ ପାଇଥିଲେ । ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁମତି ପାଇଲେ ନିଜ ଦେଶକୁ ଫେରି ପାରିବେ।

Leave a Reply

%d bloggers like this: