ଚୋରି ହେଉଥିଲା ଗିରି ଗୋବର୍ଦ୍ଧନ ପେଣ୍ଟିଂ

Girigabardhanwasstealing

ଚୋରି ହେଉଥିଲା ଗିରି ଗୋବର୍ଦ୍ଧନ ପେଣ୍ଟିଂ

ମେଟ୍ରୋ ଟିଭି ବ୍ୟୁରୋ,୧୭/୧୨: ଶହେ କୋଟିର ଚୋରି । ସୋସିଆଲ ମିଡିଆରେ ଶ୍ରୀ କୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ପେଣ୍ଟିଂକୁ ଚୋରି କରି ଶହେ କୋଟିରେ ବିକ୍ରୀ କରିବାକୁ ହୋଇଥିଲା ବଡ ମସୁଧା । ଓଡିଶା ଶିଳ୍ପୀଙ୍କ କଳାକୃତିକୁ ଚୋରି କରି ଅନ୍ତର୍ଜାତୀୟ ବଜାରରେ କୋଟି କୋଟି ଡଲାରରେ ବିକ୍ରୀ କରୁଛନ୍ତି କିଛି ଦାମୀଚୋର । କ୍ରିପଟୋ କରେନ୍ସିରେ ଏହାର ମୂଲ୍ୟ ୪ ହଜାର ଥିବା ବେଳେ, ଆମେରିକୀୟ ଡଲାରରେ ଏହି ପେଣ୍ଟିର ମୂଲ୍ୟ ୧ କୋଟି ୭୩ ଲକ୍ଷ ୪୭ ହଜାର ଡଲାରରେ ବିକ୍ରୀ କରିବାକୁ ବିଜ୍ଞାପନ ଦିଆଯାଇଛି । ସବୁଠାରୁ ସାଙ୍ଘାତିକ କଥା ହେଲା, ପେଂଣ୍ଟିରୁ ଶିଳ୍ପୀଙ୍କ ନାମ ହଟାଇ ନିଜ ବ୍ୟାନରରେ ବିକ୍ରୀ କରୁଛନ୍ତି କିଛି ହାଇ ପ୍ରୋଫାଇଲ ୱେବସାଇଟ୍।
ଏମିତ ଏକ ଠାକାମୀ ତଥା ଚୋରିର ଶୀକାର ହୋଇଛନ୍ତି ଓଡିଶା ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ । ଜଣେ ପୂର୍ବତନ ରେଲୱେ କର୍ମଚାରୀ ଥିବା ବିଜୟ ଅବସର ନେବା ପରେ ନାଗପୁରରେ ରହୁଛନ୍ତି । ନିଜର ବହୁମୂଲ୍ୟ ସମୟକୁ ସେ ସଂପୂର୍ଣ୍ଣ ରୂପେ ରଙ୍ଗ ତୁଳୀରେ ବିନିଯୋଗ କରି ଦେଇଛନ୍ତି । ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ବିଜୟ ଆଙ୍କିଥିବା,“ଶ୍ରୀ କୃଷ୍ଣଙ୍କ ଗିରି ଗୋବର୍ଦ୍ଧନ”ବେଶକୁ ଚୋରି କରିବାକୁ ମସୁଧା କରିଛି ।

Leave a Reply

%d bloggers like this: