ଉତ୍ତର କୋରିଆରେ ୧୧ ଦିନ ପାଇଁ ହସିବା ମନା

Northkoria bans loughing

ଉତ୍ତର କୋରିଆରେ ୧୧ ଦିନ ପାଇଁ ହସିବା ମନା

ମେଟ୍ରୋ ଟିଭି ବ୍ୟୁରୋ/ ୧୭/୧୨: ଉତ୍ତର କୋରିଆର ପୂର୍ବତନ ନେତା କିମ୍ ଜଙ୍ଗ-ଇଲଙ୍କ ଆଜି ଦଶମ ବାର୍ଷିକୀ। ସେଥିପାଇଁ ୧୧ ଦିନ ପାଇଁ ନାଗରିକମାନଙ୍କୁ ହସିବା, ଶପିଂ କରିବା ଏବଂ ମଦ ପିଇବାକୁ ବାରଣ କରାଯାଇଛି।
କିମ୍ ଜଙ୍ଗ-ଇଲ ୧୯୯୪ ରୁ ୨୦୧୧ ପର‌୍ୟ୍ୟନ୍ତ ଉତ୍ତର କୋରିଆର ଶାସନ କରିଥିଲେ। ୧୭ ଡିସେମ୍ବର ୨୦୧୧ରେ ୬୯ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତମାନ ତାଙ୍କ ସାନପୁଅ କିମ୍ ଜଙ୍ଗ-ଉନ ଏବେ ଶାସନ କ୍ଷମତାରେ ଅଛନ୍ତି। ୧୧ ଦିନ ଏହି ସବୁ ମାନିବାକୁ ପଡିବ ବୋଲି କିମ୍ ଜଙ୍ଗ -ଉନ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେଉଁ ନାଗରିକ ଯଦି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ଗିରଫ କରାଯିବ। ଏପରିକି ବିବାହ ଏବଂ ଜନ୍ମଦିନ ପାଳନ ଉପରେ ମଧ୍ୟ ବାରଣ କରାଯାଇଛି । କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଲେ ମଧ୍ୟ ଚିତ୍କାର କରି କାନ୍ଦି ପାରିବେ ନାହିଁ। ଏହା ବ୍ୟତୀତ କିମ୍ ଜନଙ୍କ ଶୋକ ଅବଧି ସରିବା ପରେ ଯାଇ ମୃତକଙ୍କ ଅନ୍ତିମ ସତ୍କାର କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶା ଯାଇଛି ।

Leave a Reply

%d bloggers like this: