ହରନାଜଙ୍କୁ ଶୁଭେଚ୍ଛା ଦେଇ ଟ୍ରୋଲ ହେଲେ ଶଶୀ ଥରୁର୍‌,
ୟୁଜର୍ସ ଲେଖିଲେ ରାଜନୀତିର ରଣବୀର କପୁର

ହରନାଜଙ୍କୁ ଶୁଭେଚ୍ଛା ଦେଇ ଟ୍ରୋଲ ହେଲେ ଶଶୀ ଥରୁର୍‌, ୟୁଜର୍ସ ଲେଖିଲେ ରାଜନୀତିର ରଣବୀର କପୁର


ମେଟ୍ରୋ ଟିଭି ବ୍ୟୁରୋ,୧୬/୧୨: ମିସ ୟୁନିଭର୍ସ ୨୦୨୧ ମୁକୁଟଜିତି ଭାରତୀୟ ସୁନ୍ଦରୀ ହରନାଜ ସନ୍ଧୁ ଇତିହାସ ରଚିଛନ୍ତି । ଦୀର୍ଘ ୨୧ ବର୍ଷ ପରେ ଭାରତ ପୁଣିଥରେ ଏହି ସମ୍ମାନ ପାଇଛି । ଏହା ପୂର୍ବରୁ ଲାରା ଦତ୍ତା ଏହି ସମ୍ମାନ ପାଇଥିଲେ । ପଞ୍ଜାବର ଝିଅ ହରନାଜ ସନ୍ଧୁ ଭାରତ ଫେରି ଆସିଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ଶଶୀ ଥରୁର ହରନାଜ ସନ୍ଧୁଙ୍କୁ ସାକ୍ଷାତ କରି ଟ୍ୱିଟରରେ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ହରନାଜ ସନ୍ଧୁଙ୍କୁ ଶୁଭେଚ୍ଛା ଦେଇ ଖୁସି ଲାଗୁଛି । ଶଶୀ ଥରୁର ଫଟୋ ସେୟାର କରିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ଅଜବ ଅଜବ ପ୍ରତିକ୍ରିୟା ରଖିଛନ୍ତି ।
ଥରୁର ପୋଷ୍ଟ କରିଛନ୍ତି ଯେ ‘ମିସ ୟୁନିଭର୍ସ ହରନାଜ ସନ୍ଧୁ ବିଜୟୀ ହୋଇ ଭାରତ ଫେରିବାରୁ ଶୁଭେଚ୍ଛା ଦେଇ ଖୁସି ଲାଗୁଛି । ସେ ଭାରତ ଫେରି ବହୁତ ଉତ୍ସାହିତ ଅଛନ୍ତି । ଭାରତ ମଧ୍ୟ ତାଙ୍କୁ ସ୍ୱାଗତ କରି ଗର୍ବ ଅନୁଭଵ କରୁଛି । ସାକ୍ଷାତ ବେଳେ ସେତିକି ହିଁ ଆକର୍ଷକ ଲାଗୁଥିଲେ ଯେତେ ମଞ୍ଚ ଉପରେ ଲାଗୁଥିଲେ ।’
ଥରୁରଙ୍କ ଟ୍ୱିଟ ପରେ ୟୁଜର୍ସ ନାନା ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଆପଣ ରାଜନୀତିର ରଣବୀର କପୁର । ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଯୁବତୀ, ଲଢ଼ିପାରିବି, ପ୍ରଚାର ପାଇଁ ହରନାଜ ବେଷ୍ଟ । ଆଉ ଜଣେ ୟୁଜର ଲେଖିଛନ୍ତି, ସାର ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପାଇଁ ମଧ୍ୟ ଗୋଟିଏ ମେସେଜ ଦିଅନ୍ତୁ ।

Leave a Reply

%d bloggers like this: