ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’
ଚାଇନାରେ ହେବ ରିଲିଜ

ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’, ଚାଇନାରେ ହେବ ରିଲିଜ


ମେଟ୍ରୋ ଟିଭି ବ୍ୟୁରୋ, ୧୬/୧୨: ପୁଣି ଥରେ ଟେଲିକାଷ୍ଟ ହେବ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଫିଲ୍ମ ଛିଛୋରେ । ୭ ଜାନୁଆରୀ ୨୦୨୨ ରେ ଦେଶବ୍ୟାପୀ ଏହି ଫିଲ୍ମ ସମସ୍ତ ଚାଇନା ସିନେମା ହଲରେ ପ୍ରଦର୍ଶିତ ହେବ । ଜାତୀୟ ପୁରସ୍କାର ବିଜେତା ନିତେଶ ତିୱାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏବେ ଚୀନରେ ଲୋକମାନେ ଦେଖିବେ । ପ୍ରକାଶ ଯେ ୨୦୧୭ ମସିହାରେ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲ ଚୀନରେ ରିଲିଜ ହୋଇଥିଲା । ସେତେବେଳେ ଏହି ଫିଲ୍ମ ସେଠାରେ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା ।
“ଦେଶରେ ଲୋକଙ୍କ ହୃଦୟରେ ଏବଂ ବକ୍ସ ଅଫିସରେ ବାଜି ମାରିଥିବା ଫିଲ୍ମ ‘ଛିଛୋରେ’ ଚାଇନାର ପ୍ରାୟ ୧୧ ହଜାର ସ୍କ୍ରିନରେ ରିଲିଜ ହେବ” ବୋଲି ଆଦର୍ଶ ଟୁଇଟ୍ କରି କହିଛନ୍ତି । ଏହି ଫିଲ୍ମ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ଭାରତରେ ରିଲିଜ ହୋଇଥିଲା । ପ୍ରଥମ ଦିନ ୭ କୋଟି ଟଙ୍କା ଆୟ କରିଥିବା ବେଳେ ଦୁଇ ସପ୍ତାହରେ ୧୦୦ କୋଟି ମାଇଲଷ୍ଟୋନ ଛୁଇଁଥିଲା ‘ଛିଛୋରେ’। ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରଦ୍ଧା କାପୁର, ବରୁନ ଶର୍ମା, ପ୍ରତୀକ ବବର, ତାହିର ରାଜ ଭାସିନ, ନବୀନ ପୋଲିଶେଟି ଆଦି ମୁଖ୍ୟ ଭୂମିକାରେ ଥିଲେ ।

Leave a Reply

%d bloggers like this: