ବଧୂ ସାଜିବେ କରିସ୍ମା ତନ୍ନା,
ବୟଫ୍ରେଣ୍ଡ ବରୁଣଙ୍କୁ କରିବେ ବିବାହ

ବଧୂ ସାଜିବେ କରିସ୍ମା ତନ୍ନା, ବୟଫ୍ରେଣ୍ଡ ବରୁଣଙ୍କୁ କରିବେ ବିବାହ


ମେଟ୍ରୋ ଟିଭି ବ୍ୟୁରୋ,୧୬/୧୨: ବର୍ତ୍ତମାନ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବିବାହର ସିଜନ ଚାଲିଛି । ଫିଲ୍ମ ଜଗତରୁ ଆରମ୍ଭ କରି ଟେଲି ଜଗତରେ ବିବାହ ପାଇଁ ଲମ୍ବା ଧାଡି ଲାଗିଛି । ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ପରେ ଏବେ କରିସ୍ମା ତନ୍ନା ତାଙ୍କ ପ୍ରେମିକ ବରୁଣ ବାଙ୍ଗେରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ଦୁହେଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଶୁଣିବାକୁ ମିଳୁଛି ଯେ ‘ନାଗିନ୍’ ଫେମ୍ କରିସ୍ମା ଆସନ୍ତା ବର୍ଷ ଫେବୃଆରୀ ୫, ରେ ପ୍ରେମିକ ବରୁଣଙ୍କୁ ବିବାହ କରିବେ । ଏନେଇ ଅଭିନେତ୍ରୀ ଏପର୍ଯ୍ୟନ୍ତ ଅଫିସିଆଲି ଭାବେ କିଛି ଘୋଷଣା କରି ନାହାଁନ୍ତି । ଏହି ଅଭିନେତ୍ରୀ ଚଳିତ ବର୍ଷ ନଭେମ୍ବର୧୨ ରେ ବରୁଣଙ୍କ ସହ ନିର୍ବନ୍ଧ କରିଥିଲେ ।
ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି ଯେ ଫେବୃଆରୀ ୪ରୁ କରିସ୍ମାଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ହଲଦୀ, ମେହେନ୍ଦି ଏବଂ ସଂଗୀତର ଉତ୍ସବ କରାଯିବ । କେବଳ ଏତିକି ନୁହେଁ, ବିବାହ ପରେ କରିସ୍ମା ଏବଂ ବରୁଣ ମଧ୍ୟ ଦୁହେଁ ବଡ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଆୟୋଜନ କରିବେ । ବନ୍ଧୁ ଏବଂ ତାଙ୍କ ଟିଭି ଇଣ୍ଡଷ୍ଟ୍ରିର କିଛି ଘନିଷ୍ଠ ବ୍ୟକ୍ତି ତଥା ପରିବାର ସଦସ୍ୟ ଫେବୃଆରୀ ୬ରେ ଆୟୋଜିତ ହେବାକୁ ଥିବା ରିସେପ୍ସନର ପାର୍ଟିରେ ସାମିଲ୍ ହେବେ । ତେବେ ଯେଉଁ ବ୍ୟକ୍ତିଙ୍କୁ କରିସ୍ମା ତନ୍ନା ବିବାହ କରିବାକୁ ଯାଉଛନ୍ତି, ସେ ହେଉଛନ୍ତି ମୁମ୍ବାଇର ଜଣେ ରିଏଲ୍ ଇଷ୍ଟେଟ୍ର ଜଣେ ବଡ ବ୍ୟବସାୟୀ । କରିସ୍ମା ଦୀର୍ଘ ସମୟ ଧରି ବରୁଣ ବଙ୍ଗେରାଙ୍କୁ ଡେଟ୍ କରୁଥିଲେ । ଖବର ଅନୁଯାୟୀ, ବରୁଣ ବାଙ୍ଗେରା ଏବଂ କରିସ୍ମା ତନ୍ନା ଏକ ଭଲ ବନ୍ଧୁଙ୍କ ଘରେ ଦେଖା ସାକ୍ଷାତ ହୋଇଥଲେ, ଯାହା ପରେ ଦୁହେଁ ନିକଟତର ହୋଇଥିଲେ । ଖୁବ୍ ଶୀଘ୍ର ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା ଏବଂ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କଲେ । ବର୍ତ୍ତମାନ ଦୁହେଁ ଜୀବନରେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେଲେ ।

Leave a Reply

%d bloggers like this: