ଡିସେମ୍ବର ୨୦ରେ ଭିକ୍କି-କ୍ୟାଟ୍ରିନାଙ୍କ ୱେଡିଂ ରିସେପ୍ସନ

ଡିସେମ୍ବର ୨୦ରେ ଭିକ୍କି-କ୍ୟାଟ୍ରିନାଙ୍କ ୱେଡିଂ ରିସେପ୍ସନ


ମେଟ୍ରୋ ଟିଭି ବ୍ୟୁରୋ, ୧୬/୧୨: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ହନିମୁନ୍‌ରୁ ମୁମ୍ବାଇ ଫେରିଛନ୍ତି । ଦୁହେଁ ଡିସେମ୍ବର ୯ ରେ ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିଥିଲେ । ସେତେବେଳେ ଆଲୋଚନା ହୋଇଥିଲା ଯେ ସେ ଡିସେମ୍ବର ୧୦ ରେ ମୁମ୍ବାଇରେ ବନ୍ଧୁ ଏବଂ ଫିଲ୍ମ ଷ୍ଟାରଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି କରିବେ । କିନ୍ତୁ ସେତେବେଳେ ବିକି ଏବଂ କ୍ୟାଟ୍ରିନା ମୁମ୍ବାଇ ପରିବର୍ତ୍ତେ ଅନ୍ୟ ଏକ ସ୍ଥାନକୁ ଯାଇଥିଲେ ।
ବର୍ତ୍ତମାନ ଖବର ଅନୁଯାୟୀ, ବିକି-କ୍ୟାଟ୍ରିନା ଡିସେମ୍ବର ୨୦ ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ କରିବେ । କ୍ୟାଟ୍ରିନା ଏବଂ ତାଙ୍କ ପରିବାର ଖ୍ରୀଷ୍ଟମାସକୁ ଧୁମଧାମର ସହିତ ପାଳନ କରନ୍ତି । ତେଣୁ ଭିକି ଏବଂ କ୍ୟାଟ୍ରିନା ଏଥର ଖ୍ରୀଷ୍ଟମାସ ସାଥି ହୋଇ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ଏହି କପଲ୍ ଖ୍ରୀଷ୍ଟମାସ ପୂର୍ବରୁ ଗ୍ରାଣ୍ଡ୍ ୱେଡିଂ ରିସେପ୍ସନ୍ କରିବେ ।
କରୋନା ନୂତନ ଭାରିଆଣ୍ଟ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଦମ୍ପତ୍ତି ନିଷ୍ପତ୍ତି ନେଇଛନ୍ତି ଯେ ରିସେପ୍ସନ ପାର୍ଟିରେ ବିଶେଷ ଯତ୍ନ ନିଆଯିବ ଯେପରି କୋଭିଡ ନିୟମ ଉଲ୍ଲଙ୍ଘନ ନହେବ । ଆହୁରି ମଧ୍ୟ, BMC ର ସମସ୍ତ ନିୟମ ଗ୍ରହଣ କରାଯିବ । ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବ ।

Leave a Reply

%d bloggers like this: