କାଷ୍ଟିଂ କାଉଚକୁ ନେଇ ସୁରଭୀନଙ୍କ ଖୁଲାସା

କାଷ୍ଟିଂ କାଉଚକୁ ନେଇ ସୁରଭୀନଙ୍କ ଖୁଲାସା


ମେଟ୍ରୋ ଟିଭି ବ୍ୟୁରୋ, ୧୬/୧୨: ବଲିଉଡରେ କାଷ୍ଟିଂ କାଉଚର ମାମଲା ପ୍ରାୟତଃ ସାମ୍ନାକୁ ଆସିଥାଏ । ଅନେକ ଅଭିନେତ୍ରୀ ଏ ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁରଭୀନ ଚାୱଲାଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଯାଇଛି ଏବଂ ତାଙ୍କ ଖୁଲାସାରେ ବଲିଉଡ ଆଶ୍ଚର‌୍ୟ୍ୟ ହୋଇଯାଇଛି । ସୁରଭୀନ କହିଛନ୍ତି, ମୁମ୍ବାଇର ପ୍ରଥମ ଦିନରେ ତାଙ୍କୁ ବଡି ସେମିଂର ଶିକାର ହେବାକୁ ପଡିଥିଲା । ତାଙ୍କର ପ୍ରଥମ ଫିଲ୍ମର ମିଟିଂ ସମୟରେ ତାଙ୍କୁ ତାଙ୍କ ଓଜନ, ଅଣ୍ଟା ଏବଂ ଛାତି ମାପ ବିଷୟରେ ପଚରାଯାଇଥିଲା ।
ସୁରଭୀନ କହିଛନ୍ତି, ଆଜି ବି ବଲିଉଡରେ ବଡ଼ ଧରଣର କାଷ୍ଟିଂ କାଉଚ୍ ହେଉଛି । ଏହା ଏକ ପାଗଳାମି । ଏଠାରେ ସଫଳତାର ମାପକାଠି କ’ଣ ? ସେହି ଲୋକମାନେ କିଏ? ସେ କହିଛନ୍ତି ଏହା ଏକ ଭିନ୍ନ ସମୟ ଥିଲା । ସେହି ସମୟରେ ସମସ୍ତେ କାଷ୍ଟିଂ କାଉଚର ଶିକାର ହେଉଥିଲେ । ତାହା ବହୁତ କଷ୍ଟକର ସମୟ ଥିଲା । ବର୍ତ୍ତମାନ ମୁଁ ସେ ବିଷୟରେ କହିବାକୁ ଚାହେଁ ନାହିଁ । ନିଜକୁ ପ୍ରମାଣ କରିବା ପାଇଁ ଏପରି ସ୍କେଲ ହେବା ଉଚିତ୍ ବୋଲି ମୁଁ ଭାବୁନାହିଁ । ଆପଣ କେଉଁଠାରେ ଅଛନ୍ତି ଏବଂ କେଉଁଠାରେ ପହଞ୍ଚିବାକୁ ଚାହୁଁଛନ୍ତି, ତାହା ପାଇଁ ଆପଣଙ୍କୁ ନିଜ ଉପରେ ବିଶ୍ୱାସ କରିବାକୁ ପଡିବ ।

Leave a Reply

%d bloggers like this: