IIFA ୨୦୨୨ ହୋଷ୍ଟ କରିବେ ସଲମାନ

IIFA ୨୦୨୨ ହୋଷ୍ଟ କରିବେ ସଲମାନ


ମେଟ୍ରୋ ଟିଭି ବ୍ୟୁରୋ,୧୫/୧୨: ସଲମାନ ଖାନ IIFA ୨୦୨୨ କୁ ହୋଷ୍ଟ କରିବାକୁ ଯାଉଛନ୍ତି । ଏହି ଦାୟିତ୍ୱ ପାଇ ସେ ବହୁତ ଖୁସି ଅଛନ୍ତି । ପ୍ରତିବର୍ଷ ବଲିଉଡର ପ୍ରଶଂସକ ଏହି ଗ୍ରାଣ୍ଡ ଇଭେଣ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏହି ଇଭେଣ୍ଟର ଅନେକ ବିବରଣୀ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହାକୁ କିଏ ହୋଷ୍ଟ କରିବେ ତାହା ତ ଜଣା ପଡିଯାଇଛି, ତେବେ ଚାଲନ୍ତୁ ଜାଣିବା ଏହି ଇଭେଣ୍ଟ କେବେ ଓ କେଉଁଠାରେ ଅନୁଷ୍ଠିତ ହେବ ।
ସୂଚନା ଅନୁସାରେ, IIFA ୨୦୨୨ ର ଇଭେଣ୍ଟ ମାର୍ଚ୍ଚ ୧୮-୧୯, ୨୦୨୨ ରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ଆବୁଧାବିରେ ହେବ । ଆବୁ ଧାବିର ଏତିହାଦ୍ ଆରେନାରେ ଆୟୋଜିତ ହେବାକୁ ଥିବା ଏହି ଗ୍ରାଣ୍ଡ୍ ଫିଲ୍ମି ସେଲିବ୍ରେସନର ଅଂଶ ହେବାକୁ ସମସ୍ତଙ୍କ ଇଚ୍ଛା ରହିଥାଏ । କାରଣ ଏହି ଇଭେଣ୍ଟରେ ଷ୍ଟାରମାନଙ୍କ ମେଳା ଲାଗିଥାଏ । ଏଥି ସହିତ ସଲମାନ ଖାନ ଏହି ଇଭେଣ୍ଟକୁ ନେଇ ବହୁତ ଖୁସି ଅଛନ୍ତି । କାରଣ ଏଥର ଉତ୍ସବ ଆହୁରି ବଡ ହେବାକୁ ଯାଉଛି ।
ବହୁ ପ୍ରତିକ୍ଷିତ ପୁରସ୍କାର ବିଷୟରେ କଥା ହୋଇ, ଇଭେଣ୍ଟ ହୋଷ୍ଟ ସଲମାନ ଖାଁ କହିଛନ୍ତି, ମୁଁ ସବୁବେଳେ ଆଇଫା ପରିବାର ଅଂଶ ହୋଇ ରହିବା ସହ, ଭଲ ଭଲ ସ୍ଥାନ ଯାତ୍ରା କରିବାର ଆନନ୍ଦ ନେଇଛି । ହେଲେ ଏଥର ଖୁସି ଲାଗୁଛି କି ଆମେ ନିଜ ପସନ୍ଦର ଏକ ସ୍ଥାନ ୟାଶ ଦ୍ୱିପ, ଆବୁଧାବି ଯାଉଛୁ । ସେ ଆହୁରି ମଧ୍ୟ କହିଛନ୍ତି ଆଇଫା ସବୁବେଳେ ଏକ ମନେ ରଖିବା ଭଳି ସମୟ ହୋଇଥାଏ, ଏଥର ଆହୁରି ବଡ ଉତ୍ସବ ହେବ, କାରଣ ଆମେ ଆମ ଦେଶର ୭୫ତମ ସ୍ୱାଧିନତା ଦିବସ ଓ ସଂଯୁକ୍ତ ଆରବ ଏମିରେଟ୍ସର ୫୦ତମ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରୁଛୁ ।

Leave a Reply

%d bloggers like this: