ହନିମୁନ୍‌ରୁ ଫେରିଲେ ଭିକ୍କି-କ୍ୟାଟ୍ରିନା,
ମିଡିଆ ସାମ୍ନାରେ ହେଲେ ସ୍ପଟ୍‌

ହନିମୁନ୍‌ରୁ ଫେରିଲେ ଭିକ୍କି-କ୍ୟାଟ୍ରିନା, ମିଡିଆ ସାମ୍ନାରେ ହେଲେ ସ୍ପଟ୍‌


ମେଟ୍ରୋ ଟିଭି ବ୍ୟୁରୋ, ୧୫/୧୨: ବଲିଉଡର ନବବିବାହିତ ଯୋଡି ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ବାହାଘର ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଛନ୍ତି । ଦୁହେଁ ବହୁତ ଖୁସି ଥିବା ନଜର ଆସିଛନ୍ତି । କ୍ୟାଟ୍ରିନା ଓ ବିକ୍କି ପରସ୍ପରର ହାତ ଧରିଥିବା ନଜର ଆସିଛନ୍ତି । କ୍ୟାଟ୍ରିନା ଗୋଲାପୀ ରଙ୍ଗର ସୁଟ୍‌, ହାତରେ ଚୁଡି ଏବଂ ମଥାରେ ସିନ୍ଦୁର ପିନ୍ଧିଥିବା ବେଳେ ବିକ୍କି କ୍ରିମ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ବାହାଘର ପରେ ବିକ୍କି-କ୍ୟାଟ୍ରିନାଙ୍କ ପରିବାର ସଦସ୍ୟ ରାଜସ୍ଥାନରୁ ଫେରି ସାରିଛନ୍ତି । କିନ୍ତୁ ନବବିବାହିତ ଦମ୍ପତି ସେଠାରୁ ସିଧା ହନିମୁନ ପାଇଁ ବାହାରି ଯାଇଥିଲେ । ବିକ୍କି ଓ କ୍ୟାଟ୍ରିନା ହନିମୁନ ପାଇଁ ମାଳଦ୍ଵୀପ ଯାଇଥିଲେ ବୋଲି ଜଣାପଡିଛି । ବାହାଘର ପରେ ପ୍ରଥମଥର ଦୁହେଁ ଏକାସାଙ୍ଗେ ନଜର ଆସିଛନ୍ତି । କ୍ୟାଟ୍ରିନା ଏକ ହାଲୁକା ଗୋଲାପୀ ରଙ୍ଗର ଚୁଡିଦାର ପିନ୍ଧିଛନ୍ତି । ବିକ୍କି କ୍ରିମ କଲର ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି ।
କ୍ୟାଟ୍ରିନାଙ୍କ ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର, ହାତରେ ନାଲି ଚୁଡି ଦେଖିବାକୁ ମିଳିଛି । ଏସବୁ ପିନ୍ଧି କ୍ୟାଟ୍ରିନା ଠିକ ଭାରତୀୟ ନବବିବାହିତ ବୋହୁ ଭଳି ଦେଖାଯାଉଛନ୍ତି । ଖବର ଅନୁଯାୟୀ, ଦୁହେଁ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି । ଏହି ଗ୍ରାଣ୍ଡ ରିସେପ୍ସନରେ ପୁରା ବଲିଉଡ ସାମିଲ ହେବ ।

Leave a Reply

%d bloggers like this: