ମାଡି ଆସୁଛି ଆଉ ଏକ ବିପଦ,
ଆଣ୍ଟାର୍କଟିକାରେ ଭାଙ୍ଗୁଛି ଲମ୍ବା ଗ୍ଲାସିୟର

ମାଡି ଆସୁଛି ଆଉ ଏକ ବିପଦ, ଆଣ୍ଟାର୍କଟିକାରେ ଭାଙ୍ଗୁଛି ଲମ୍ବା ଗ୍ଲାସିୟର


ମେଟ୍ରୋ ଟିଭି ବ୍ୟୁରୋ, ୧୫/୧୨: ସମସ୍ତଙ୍କ ଅଲକ୍ଷ୍ୟରେ ପୃଥିବୀକୁ ଏକ ନୂଆ ବିପଦ ମାଡ଼ି ଆସୁଥିବାର ଜଣାପଡିଛି । ଏ ବାବଦରେ ସ୍ପଷ୍ଟ ହେବାମାତ୍ରେ ବୈଜ୍ଞାନିକମାନେ ସତର୍କତା ଘଣ୍ଟି ବଜାଇଛନ୍ତି । ଆଣ୍ଟାର୍କଟିକାର ଡୁମସ୍ ଡେ ଗ୍ଲେସିୟରର ସମ୍ମୁଖ ଭାଗରେ ଏକ ବିପଦଜନକ ଫାଟ ସୃଷ୍ଟି ହୋଇଛି । ଏହି ଫାଟ ଗଭୀର ହେଉଥିବା ବେଳେ ଆଗାମୀ ୫ ବର୍ଷରେ ଏହା ଭାଙ୍ଗି ସମୁଦ୍ରରେ ମିଶିଯିବ । ଯଦି ଏପରି ହୁଏ ତେବେ ସମୁଦ୍ରର ଜଳ ପ୍ରାୟ ୪ ପ୍ରତିଶତ ବଢିବା ସହ ବିଶ୍ୱଲାଗି ଜଳପ୍ରଳୟ ଆଣିପାରେ ବୋଲି ଆଶଙ୍କା କରାଯାଉଛି ।
ଯେଉଁ ଅଂଶଟି ଡୁମସ ଡେ ଗ୍ଲେସିୟରରୁ ଫାଟିଛି ତାର ଆକାର ଆମେରିକୀୟ ରାଜ୍ୟ ଫ୍ଲୋରିଡାର ଆକାର ସହ ପ୍ରାୟ ସମାନ । ଏତେବଡ଼ ବରଫ ଚଟାଣ ସମୁଦ୍ରକୁ ଭାସିଗଲେ ଜଳସ୍ତର ବୃଦ୍ଧି ପାଇବା ନିଶ୍ଚିତ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଏହା ଆଣ୍ଟର୍କଟିକାର ଥ୍ୱାଇଟସ୍ ଗ୍ଲେସିୟର ଅଂଶ ଓ ଏହା ଭାଙ୍ଗିପାରେ । ମହାସାଗରର ଜଳ ଉତପ୍ତ ହେଉଥିବାରୁ ହୁଏତ ଏହା କୂଳ ଉପରେ ନିଜର ନିୟନ୍ତ୍ରଣ ହରାଉଛି । ଥ୍ୱାଇଟସ୍ ଇଷ୍ଟର୍ଣ୍ଣ ଆଇସ୍ ସେଲଫ (ଟିଇଆଇଏସ୍)ରେ ଏହି ଫାଟ ଦେଖା ଯାଇଛି । ଆମେରିକୀୟ ଜିଓ ଫିଜିକାଲ ୟୁନିୟନ ଏ ସମ୍ପର୍କିତ ଉପଗ୍ରହର ଚିତ୍ର ସବୁ ଜାରି କରିଛନ୍ତି ।
ଯଦି ଭାସମାନ ବରଫ ଚଟ୍ଟାଣ ଗ୍ଲେସିୟରରୁ ପୃଥକ ହୋଇଯାଏ ତେବେ ଥ୍ୱାଇଟ ଗ୍ଲେସିୟରର ଜଳର ପରିମାଣ ମଧ୍ୟ ବଢିବାରେ ଲାଗିବ । ଯାହାର ପରିଣାମ ସମୁଦ୍ରରେ ଜଳସ୍ତର ବଢିବାର କାରଣ ହୋଇପାରେ । ଏହି ପରିବର୍ତ୍ତନ ଗୋଟିଏ ଦଶକରୁ ବି କମ ସମୟ ମଧ୍ୟରେ ହୋଇପାରେ ବୋଲି ଗ୍ଲେସିୟୋଲଜିଷ୍ଟ ଟେଡ ସ୍କେମ୍ବୋସ କହିଛନ୍ତି । ଏହି ନାଟକୀୟ ପରିବର୍ତ୍ତନରେ ଗ୍ଲେସିୟର ଶହଶହ ଖଣ୍ଡରେ ପରିଣତ ହୋଇ ସମୁଦ୍ରରେ ଭାସିବ ବୋଲି କହିଛନ୍ତି ।
ବୈଜ୍ଞାନିକ ଅଧ୍ୟୟନରୁ ଏଥିଲାଗି କେବଳ ଗ୍ଲୋବାଲ ୱାର୍ମିଂ ନୁହେଁ ପୃଥିବୀ ମଧ୍ୟ ଖୁବ୍ ଉତପ୍ତ ହେଉଥିବାର ଉଲ୍ଲେଖ କରିଛନ୍ତି । ଗତ ଅଗଷ୍ଟ ମାସରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଥିଲା । ଆଣ୍ଟାର୍କଟିକାରେ ୧୯୮୦ରୁ ଏପର୍ଯ୍ୟନ୍ତ ପ୍ରାୟ ୬୦୦ ବିଲିୟନ ଟନ ବରଫ ତରଳି ସମୁଦ୍ରରେ ମିସି ସାରିଲାଣି । ଏହା ନାସାଙ୍କ ଜେପିଏଲ ଡାଟା ବିଶ୍ଲେଷଣରୁ ୨୦୧୭ରେ ଜଣାପଡିଥିଲା ।

Leave a Reply

%d bloggers like this: