ଧର୍ମାନ୍ତୀକରଣ ବୋହୂକୁ ନେଇ ଲାଲୁଙ୍କ ପରିବାରରେ ବିବାଦ,
ଘରକୁ ଆସିଲେ ଚପଲରେ ଶେକିବେ ସାଧୁ

ଧର୍ମାନ୍ତୀକରଣ ବୋହୂକୁ ନେଇ ଲାଲୁଙ୍କ ପରିବାରରେ ବିବାଦ, ଘରକୁ ଆସିଲେ ଚପଲରେ ଶେକିବେ ସାଧୁ


ମେଟ୍ରୋ ଟିଭି ବ୍ୟୁରୋ, ୧୫/୧୨: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ରାବଡୀ ଦେବୀଙ୍କ ସାନ ପୁଅ ତେଜସ୍ୱୀ ଯାଦବ ବିବାହ କରିଛନ୍ତି । ତେଜସ୍ୱୀ ଏବେ ପାର୍ଟି ଦାୟିତ୍ୱ ତୁଲାଇ ପାରୁଥିବା ବେଳେ ବିବାହ କରି ପୂର୍ଣ୍ଣାଙ୍ଗ ବ୍ୟକ୍ତିରେ ପରିଣତ ହୋଇଥିବାରୁ ସାରା ବିହାରରେ ଏବେ ଉତ୍ସବର ମାହୋଲ । ହେଲେ ଏଥିରେ ମାମୁଁ ସାଧୁ ଯାଦବ କିନ୍ତୁ ଖୁସି ନୁହନ୍ତି । କଥା କେବଳ ଏତିକିରେ ନାହିଁ, ସେ ତେଜସ୍ୱୀଙ୍କୁ ବଂଶର କଳଙ୍କ ବୋଲି କହିବାକୁ ପଛାଇ ନାହାନ୍ତି । ଯଦି ଭଣଜାର ବିବାହ ସମ୍ପର୍କରେ କେହି ତାଙ୍କୁ ପଚାରି ଦେଉଛି ସରିଲା କଥା । ସେ ବିହାର ଆସିଲେ ତାକୁ ଜୋତା ଚପଲରେ ସ୍ୱାଗତ କରିବେ ବୋଲି କହୁଛନ୍ତି।
ତେବେ ସାଧୁ ଏପରି ଉତକ୍ଷିପ୍ତ ହେବାର ବି କାରଣ ରହିଛି । ତେଜସ୍ୱୀ ନିଜ ଜାତି, ଧର୍ମ ଛାଡି ଅଜାତିରେ ପୁଣି ଖ୍ରୀଷ୍ଟିଆନ ଯୁବତୀକୁ ବାହା ହୋଇଛନ୍ତି । ନିଜ ଜାତିରେ କାହିଁକି ବିବାହ କଲେନି ସେଥିଲାଗି ସାଧୁ ନାରାଜ । ସେ କହିଛନ୍ତି ଯେ, ଲାଲୁ ନିଜ ଝିଅମାନଙ୍କ ବିବାହରେ ଜ୍ୱାଇଁମାନଙ୍କର ସବୁ କଥା ଟିକନିକ୍ ବୁଝି ବିବାହ କରାଇଛନ୍ତି । ହେଲେ ପୁଅ ବେଳକୁ କିପରି ଅନ୍ଧ ହୋଇଗଲେ ସେ ନେଇ ସେ ପ୍ରଶ୍ନ କରିଛନ୍ତି । ଆମ ଧର୍ମରେ ଓ ଜାତିରେ କଣ ସେପରି ସୁନ୍ଦର ଗୁଣର ଝିଅ ନଥିଲେ କି ବୋଲି ସାଧୁ ପ୍ରଶ୍ନ ଉଠାଇଛନ୍ତି ।
ସାଧୁ କହିଛନ୍ତି ଯେ ରାଜ୍ୟର ଯାଦବ ସମାଜ ଲାଲୁ ଓ ତାଙ୍କ ପରିବାରଙ୍କୁ ନିଜର ନେତା ମାନୁଛି । ହେଲେ ତେଜସ୍ୱୀ କଣ କଲା ବୋଲି କହି ମୁର୍ଛା ଯାଉଛନ୍ତି । ଏଣୁ ତେଜସ୍ୱୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସେ ଦେଖିଥିବା ସବୁ ସ୍ୱପ୍ନ ଭାଙ୍ଗି ଧୂଳିସାତ ହୋଇ ଯାଇଥିବା କହିଛନ୍ତି । କାରଣ ସେ ଖ୍ରୀଷ୍ଟିଆନକୁ ବିବାହ କରି ନିଜର ଜାତିପାତ ହରାଇଛି । ସେ ଘଟଣାରେ ଏତେ ପରିମାଣରେ କ୍ରୋଧିତ ଯେ ଭଣଜା ବୋହୂକୁ ବିୟର ବାରର ଡ୍ୟାନ୍ସର କହିବାକୁ ବି ପଛେଇ ନାହାନ୍ତି । ସାଧୁ କହିଛନ୍ତି ଯେ ଯାଦବଙ୍କ ଯୋଗୁ ଲାଲୁ ଦୀର୍ଘ ବର୍ଷ ଶାସନରେ ରହିଲେ ଏବେ ପୁଅ ସେହି ଯାଦବଙ୍କ ଭରସା ଭାଙ୍ଗି ଦେଲା ।

Leave a Reply

%d bloggers like this: