ଓଡିଶାର ନୂଆ ଡିଜି ହେବେ ସୁନୀଲ ବଂଶଲ

ଓଡିଶାର ନୂଆ ଡିଜି ହେବେ ସୁନୀଲ ବଂଶଲ


ମେଟ୍ରୋ ଟିଭି ବ୍ୟୁରୋ,୧୫/୧୨: ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ । ନୂଆ ପୋଲିସ ଡିଜି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ବର୍ତ୍ତମାନ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ୩୧ ତାରିଖରେ ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନୂଆବର୍ଷରେ ରାଜ୍ୟର ନୂଆ ପୋଲିସ ମୁଖିଆ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ ।
ଖବର ଅନୁଯାୟୀ, ଡିସେମ୍ବର ମାସରେ ଏବେକାର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଛି । ଏଥିଲାଗି ତାପରେ କିଏ ହେବ ରାଜ୍ୟ ପୋଲିସର ନୂଆ ମୁଖିଆ ସେନେଇ କଳ୍ପନାଜଳ୍ପନା ଚାଲିଥିଲା । ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ । ଏହି ୧୪ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୟୁପିଏସସି କମିଟି ସ୍କ୍ରୁଟିନି କରି ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା । ଏହି ତିନି ଆଇପିଏସ ଅଫିସର ସୁନୀଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କପୁର ରହିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍ ଆଇପିଏସ୍ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଥିଲେ । ସୁନୀଲ ବଂଶଲ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି ।

Leave a Reply

%d bloggers like this: