ରହସ୍ୟମୟ ହ୍ରଦ , ଯିଏ ଡେଇଁବ ସିଏ ଭାସିବ

ରହସ୍ୟମୟ ହ୍ରଦ , ଯିଏ ଡେଇଁବ ସିଏ ଭାସିବ


ମେଟ୍ରୋ ଟିଭି ବ୍ୟୁରୋ , ୧୪/୧୨ : ପୃଥିବୀରେ ଅନେକ ଅଦ୍ଭୁତ ଓ ରହସ୍ୟ ଭରି ରହିଛି । ଯାହାର ରହସ୍ୟ ଆଜି ସୁଦ୍ଧା ଜାଣିବା ଅସମ୍ଭବ । ଅନେକ ହ୍ରଦ ମଧ୍ୟରୁ ରହିଛି ଏହି ରହସ୍ୟମୟ ହ୍ରଦ । ଯାହାକୁ ଦେଖିବା ଓ ତାର ରହସ୍ୟକୁ ଭେଦ କରିବାକୁ ଲୋକଙ୍କ ମନରେ ଉତ୍ସାହ ଭରିରହିଛି । ଏହି ପରି ଏକ ରହସ୍ୟପୂର୍ଣ୍ଣ ହ୍ରଦ ରହିଛି ଇଜିପ୍ଟର ସିୱା ଓସିସ୍‌ରେ ।
ଯେଉଁଠି ଜଣେ ଚାହିଁ ମଧ୍ୟ ବୁଡି ପାରିବ ନାହିଁ, ଆପେ ଆପେ ହିଁ ପହଁରିବାକୁ ଲାଗିବ । ଆପଣ ନିଶ୍ଚିତ ଭାବରେ ବିଦ୍ୟାଳୟରେ ପଢୁଥିବା ସମୟରେ ଲୁଣିଆ ଜଳରେ ଅନେକ ଏକ୍ସପେରିମେଣ୍ଟ ବା ପରୀକ୍ଷଣ କରିଥିବେ । ଏହି ପରୀକ୍ଷଣଗୁଡିକ ମଧ୍ୟରୁ ଗୋଟିଏରେ, ଲୁଣିଆ ପାଣି ରେ ଅଣ୍ଡା ରଖି ପରୀକ୍ଷା କରିବାର ଏକ ପ୍ରୋଜେକ୍ଟ ଥିଲା । ଲୁଣ ପାଣିରେ କୌଣସି ଜିନିଷ ବୁଡ଼ି ପାରିବ ନାହିଁ । ଏକ୍ସପେରିମେଣ୍ଟ କରିବା ସମୟରେ ଅଣ୍ଡାକୁ ଲୁଣିଆ ପାଣିରେ ରଖିବା ମାତ୍ରେ ଏହା ଭାସୁଥିଲା । ତେବେ ଠିକ ସେହିପରି ଏହି ଲୁଣିଆ ପାଣି ର ଏକ ପ୍ରାକୃତିକ ନଦୀ ମଧ୍ୟ ଇଜିପ୍ଟରେ ଦେଖାଯାଇଛି ।
ଜଣେ ବ୍ୟକ୍ତି ଖାଲି ଚଟାଣରେ ଥିବା ଏହି ହ୍ରଦରେ ବୁଡ଼ିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବ୍ୟକ୍ତି ଜଣକ ନିଜେ ପାଣିରେ ବୁଡିବା ଅପେକ୍ଷା ଆପେ ଆପେ ଭାସିବାକୁ ଲାଗିଥିଲେ । ଯଦି କେହି ପହଁରା ଜାଣି ନାହାନ୍ତି ତେବେ ଏହି ସଲ୍ଟ ଲେକ ବା ଲୁଣୀ ହ୍ରଦ ତାଙ୍କ ପହଁରିବା ପାଇଁ ଭଲସ୍ଥାନ । ଏହି ହ୍ରଦ ଇଜିପ୍ଟ ସହରରେ ଲୁଣୀ ହ୍ରଦ ଭାବରେ ବିଶ୍ୱ ପ୍ରସିଦ୍ଧ । ଏହାକୁ ଦେଖିବା ପାଇଁ ଓ ଏହି ଛୋଟ ହ୍ରଦରେ ପହଁରିବା ପାଇଁ ଦୂର ଦୂରାନ୍ତରରୁ ଲୋକମାନେ ଆସି ଥାଆନ୍ତି । ଏହି ହ୍ରଦର ଗଭିରତା ହେଉଛି ୪ ମିଟର । ହ୍ରଦ ର ପାଣିରେ ୯୫ ପ୍ରତିଶତ ଲୁଣ ରହିଛି ।


Leave a Reply

%d bloggers like this: