ପୂର୍ବତନ ପ୍ରେମିକ ସୁଶାନ୍ତଙ୍କ ଗୀତରେ ଡ୍ୟାନ୍ସ କଲେ ଅଙ୍କିତା,
ଭିକ୍କି ଜୈନ ପିନ୍ଧାଇଲେ ମୁଦି

ପୂର୍ବତନ ପ୍ରେମିକ ସୁଶାନ୍ତଙ୍କ ଗୀତରେ ଡ୍ୟାନ୍ସ କଲେ ଅଙ୍କିତା, ଭିକ୍କି ଜୈନ ପିନ୍ଧାଇଲେ ମୁଦି


ମେଟ୍ରୋ ଟିଭି ବ୍ୟୁରୋ,୧୪/୧୨: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କି ଜୈନଙ୍କ ସହିତ ବିବାହ କରିବାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ଦୁଇଜଣଙ୍କର ପ୍ରି-ୱେଡିଂର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଏହାରି ଭିତରେ ଅଙ୍କିତା ଓ ଭିକ୍କି ନିର୍ବନ୍ଧ କରି ନେଇଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି । ଏହି ଭିଡିଓରେ ଉଭୟ ବହୁତ ରୋମାଣ୍ଟିକ ମୁଡ୍‌ରେ ନଜର ଆସିଛନ୍ତି ।
ଭିଡିଓରେ ଅଙ୍କିତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ରାବତା’ର ଗୀତ ଶୁଣିବାକୁ ମିଳୁଛି । ଭିକ୍କି, ଅଙ୍କିତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଉଛନ୍ତି, ଯାହା ପରେ ଅଙ୍କିତା ଭିକ୍କିଙ୍କୁ ଆଲିଙ୍ଗନ କରି ନେଉଛନ୍ତି ଏବଂ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି । ପୁଣି ଅଙ୍କିତା, ଭିକ୍କିଙ୍କୁ ମୁଦି ପିନ୍ଧାଉଛନ୍ତି । ଷ୍ଟେଜ୍‌ରେ ଏହି ଦମ୍ପତି ନିଜର ନିର୍ବନ୍ଧ ମୁଦି ଦେଖାଉଥିବାର ନଜର ଆସୁଛନ୍ତି । ଏହି ସମୟରେ ଦୁହେଁ ବହୁତ ଖୁସି ଥିବାର ଦେଖା ଯାଉଛନ୍ତି ।
ଗତ ରବିବାର ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କର ହଳଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମୟର ଏକ ଭିଡିଓ ବି ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଙ୍କିତା ନିଜ ହାତରେ ମେହେନ୍ଦୀ ଲଗାଉ ଥିବାର ନଜର ଆସିଥିଲେ । ସେପଟେ ଭିକ୍କି ତାଙ୍କ ସାମ୍ନାରେ ଖୁସିରେ ନାଚୁ ଥିବାର ଦେଖା ଯାଇଥିଲେ । ୱାର୍କ ଫ୍ରଣ୍ଟ ବିଷୟରେ ଆଲୋଚନା କରିବା ତ ଅଙ୍କିତା ଲୋଖଣ୍ଡେ ଟିଭି ପରେ ଏବେ ବଲିଉଡ ଆଡକୁ ପାଦ ରଖୁଛନ୍ତି । ଶେଷ ଥର ପାଇଁ ଅଙ୍କିତା ଫିଲ୍ମ ‘ବାଗୀ’ରେ ନଜର ଆସିଥିଲେ । ଏଥି ପୂର୍ବରୁ ସେ କଙ୍ଗନା ରାଣାୱତଙ୍କ ସହ ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ରରେ କାମ କରିଥିଲେ ।

Leave a Reply

%d bloggers like this: